ସଂସଦରେ ଶୁଭିଲା ‘ଆଲ୍ଲା ହୁ ଆକବର’: ଶପଥ ପରେ 'ଜୟ ଫିଲିସ୍ତିନ' ସ୍ଲୋଗାନ ଦେଲେ ଓଓ୍ୱେସି

Published By : Prameya-News7 Bureau | June 25, 2024 IST

HT

ନୂଆଦିଲ୍ଲୀ: ୧୮ ତମ ଲୋକସଭା ପ୍ରକ୍ରିୟାର ଦ୍ୱିତୀୟ ଦିନରେ ହାଇଦ୍ରାବାଦ ସାଂସଦ ତଥା AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସି ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରୁଥିବାବେଳେ ଓୱାଇସି 'ଜୟ ଫିଲିସ୍ତିନ' ସ୍ଲୋଗାନ ଦେଇଥିଲେ।

ଲୋକସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିବାକୁ କାମଚଳା ବାଚସ୍ପତି ଅସଦୁଦ୍ଦିନ ଓଓ୍ୱେସିଙ୍କୁ ଡାକିଥିଲେ। ଓଓ୍ୱେସି ଆସି ବିସ୍ମିଲ୍ଲାହା ପାଠ କରିବା ପରେ ସାଂସଦ ଭାବରେ ଶପଥ ଗ୍ରହଣ କରିଥିଲେ। ସାଂସଦ ଭାବରେ ଶପଥ ଗ୍ରହଣ କରିବା ପରେ ସେ ଯିବାବେଳେ 'ଜୟ ଭୀମ, ଜୟ ତେଲେଙ୍ଗାନା ଏବଂ ପରେ ଜୟ ପାଲେଷ୍ଟାଇନ' ସ୍ଲୋଗାନ ଦେଇଥିଲେ। ସେଥିପାଇଁ ବିଜେପି ସାଂସଦମାନେ ସଂସଦରେ ନାରା ଦେଇଥିଲେ।

କ୍ରମାଗତ ପଞ୍ଚମ ଥର ପାଇଁ ହାଇଦ୍ରାବାଦ ଲୋକସଭା ଆସନରୁ ଅସଦୁଦ୍ଦିନ ଓଓ୍ୱେସି ଜିତିଛନ୍ତି। ଏଥର ଅସଦୁଦ୍ଦିନ ଓଓ୍ୱେସି ମୋଟ 6,61,981 ଭୋଟ୍ ପାଇଛନ୍ତି ଏବଂ ସେ ବିଜେପିର ମାଧବୀ ଲତାଙ୍କୁ 3,38087 ଭୋଟରେ ପରାସ୍ତ କରିଛନ୍ତି। ଏହାପୂର୍ବରୁ ୨୦୧୯ ନିର୍ବାଚନରେ ଓୱାଇସି ମୋଟ ଭୋଟ୍ 58.95% ସେୟାରରେ ଜିତିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.