DC vs LSG: ଦମ୍‌ଦାର ପ୍ରଦର୍ଶନ କରି ଫ୍ୟାନ୍‌ଙ୍କୁ ଦିୱାନା କଲା ଦିଲ୍ଲୀ: ଗୋଟିଏ ୱିକେଟ୍‌ରେ ଲକ୍ଷ୍ନୌକୁ ହରାଇଲା

Published By : Prameya-News7 Bureau | March 24, 2025 IST

IPL x

ବିଶାଖାପାଟନମ: ଆଇପିଏଲ ଚତୁର୍ଥ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଦିଲ୍ଲୀ ଦମଦାର ପ୍ରଦର୍ଶନ କରି ଫ୍ୟାନ୍‌ଙ୍କୁ ଦିୱାନା କରିଦେଇଛି। ଲକ୍ଷ୍ନୌର ବଡ଼଼ ଟାର୍ଗେଟ୍‌କୁ ପୂରା କରିବାକୁ ଶେଷ ଓଭରରେ ୬ ରନ୍‌ର ଆବଶ୍ୟକତା ଥିଲା। ପଡ଼ିଆରେ ଥିଲେ ଆଶୁତୋଷ ଶର୍ମା ଓ ମୋହିତ ଶର୍ମା। ମ୍ୟାଚ୍ ଏମିତି ଜମୁଥିଲା ଯେ ଦର୍ଶକ ନିଜ ନିଜ ସିଟ୍ ଜାବୁଡି ବସିଥିଲେ। 

ଶେଷ ଓଭର ଦ୍ୱିତୀୟ ବଲ୍‌ରେ ମୋହିତ ଶର୍ମା ଏକ ସିଙ୍ଗଲ ନେବା ପରେ ତୃତୀୟ ବଲ୍‌ରେ ଛକ୍କା ମାରି ଟିମ୍‌କୁ ମ୍ୟାଚ୍ ଜିତାଇଥିଲେ ଆଶୁତୋଷ ଶର୍ମା। ଏହାରି ଭିତରେ ରନ୍‌ ଆଉଟ୍‌ର ସ୍ଥିତି ମଧ୍ୟ ଉପୁଜିଥିଲା। ସୋମବାର ମ୍ୟାଚ୍‌ରେ ଆଶୁତୋଷଙ୍କର ଲଢ଼ୁଆ ପ୍ରଦର୍ଶନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟକୁ ୧ ୱିକେଟରେ ପରାସ୍ତ କରିଛି। 

ଦଳ ପକ୍ଷରୁ ମୋହିତ ଶର୍ମା ସର୍ବାଧିକ ୬୬ ରନ୍ କରିଥିବା ବେଳେ ଭିପରାଜ ନିଗମ ୩୯ ରନ୍ କରିଥିଲେ। ଲକ୍ଷ୍ନୌ ପକ୍ଷରୁ ଶାର୍ଦ୍ଦୁଲ ଠାକୁର, ମଣିମରନ ସିଦ୍ଧାର୍ଥ, ଦିଗବେଶ ରାଠୀ ଓ ରବି ବିଷ୍ଣୋଇ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ।

ସୋମବାର ମ୍ୟାଚ୍‌ରେ ଟସ୍ ହାରି ଲକ୍ଷ୍ନୌ ନିମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ବିପକ୍ଷରେ ୨୦୯ ରନ କରିଥିଲା। ଦଳ ପକ୍ଷରୁ ମିଚେଲ ମାର୍ସ ଓ ନିକୋଲାସ ପୁରନ ହିରୋ ସାଜିଥିଲେ। ନିକୋଲାସ ପୁରନ ୩୦ ବଲ୍‌ରେ ୭୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ମାର୍ସ ୩୬ ବଲ୍‌ରେ ୭୨ ରନ୍ କରିଥିଲେ। ୨୧୦ ରନ୍‌ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ ପ୍ରଥମରୁ ଦୁର୍ବଳ ପ୍ରଦର୍ଶନ କରିଥିଲା। ଦଳର ପ୍ରଥମ ଓଭରୁ ୱିକେଟ ହରାଇଥିଲା। ଦିଲ୍ଲୀର ଜ୍ଯାକ୍ ଫ୍ରେସର ମ୍ୟାକଗର୍କ(୧) ଅଭିଷେକ ପୋରେଲ (୦) ଓ ସମୀର ରିଜୱୀ ମାତ୍ର  ରନ୍ କରି ଆଉଟ୍ ହୋଇଥିଲେ। ଓପନିଂ ଅର୍ଡର ସମ୍ପୂର୍ଣ୍ମ ଭାଙ୍ଗିଯାଇଥିଲା। 

ଅନ୍ୟପଟେ ଫାପ୍ ଡୁପ୍ଲେସି ଓପନିଂ ଆସି ୨୯ ରନ୍ କରିଥିବା ବେଳେ କ୍ୟାପ୍ଟେ ଅକ୍ସର ପଟେଲ୍ ୨୨ ରନ୍ ତ୍ରିସ୍ତାନ ଷ୍ଟବ୍ସ   ସର୍ବାଧିକ ୩୪ ରନ୍ କରିଥିଲେ। ଏହାପରେ ଭିପରାଜ ନିଗମ ଆଶୁତୋଷ ରାଣାଙ୍କ ସହିତ ମିଶି ଇନିଂସ ସମ୍ଭାଳିଥିଲେ। ନିଗମ ୩୯ ରନ୍ କରିଥିବା ବେଳେ ଆଶୁତୋଷ ଶେଷ ପର୍ଯ୍ୟନ୍ତ ଦଳକୁ ମ୍ୟାଚ୍ ଜିତାଇଥିଲେ। ସୋମବାର ମ୍ୟାଚ୍‌ରେ ଆଶୁତୋଷଙ୍କ କାନ୍ଧରେ ଦିଲ୍ଲୀ ବିଜୟର ଭାର ବାହି ନେବାରେ ସଫଳ ହୋଇଛି। 

ଅନ୍ୟପଟେ ଲକ୍ଷ୍ନୌ ପକ୍ଷରୁ ଦୁଇଟି ବୋଲର ପ୍ରିନ୍ସ ଯାଦବ ଓ ଶେହାବାଜ ଅହମଦ ଗୋଟିଏ ବି ୱିକେଟ୍ ନେଇପାରି ନଥିଲେ। ବାକି ଶାର୍ଦ୍ଦୁଲ ଠାକୁର, ମଣିମରନ ସିଦ୍ଧାର୍ଥ, ଦିଗବେଶ ରାଠୀ ଓ ରବି ବିଷ୍ଣୋଇ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.