ଫେଲ୍ ମାରିଲେ ବ୍ୟାଟର, ମୁମ୍ବାଇର ଲଗାତାର ୨ୟ ପରାଜୟ; ଗୁଜରାଟର ପ୍ରଥମ ବିଜୟ

Published By : Prameya-News7 Bureau | March 29, 2025 IST

ଅହମ୍ମଦାବାଦ: ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଗୁଜରାଟ ଟାଇଟନ୍ସ ଆଇପିଏଲ୍‌ର ନବମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନରେ ହରାଇଛି। ଏଥିସହ ସିଜିନରେ ଗୁଜରାଟ ନିଜର ପ୍ରଥମ ବିଜୟ ହାସଲ କରିଛି। ଅପରପକ୍ଷେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ରେ କ୍ରମାଗତ ଦ୍ଵିତୀୟ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୯୬ ରନ କରିଛି। ଦଳ ପକ୍ଷରୁ ସାଇ ସୁଦର୍ଶନ ୬୩ ରନ କରିଥିବା ବେଳେ ଶୁଭମନ ଗିଲ୍ ୩୮ ରନ ଓ ଜୋସ ବଟଲର ୩୯ ରନ କରିଛନ୍ତି। ୧୯୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ୬ ଓ୍ଵିକେଟ୍ ହରାଇ ୧୬୦ ରନ କରି ପାରିଛି। ଗୁଜରାଟ ବୋଲର ଶାଣିତ ବୋଲିଂ କରି ମୁମ୍ବାଇ ବୋଲରକୁ ହାତ ଖୋଲିବାକୁ ଦେଇ ନ ଥିଲେ। ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୪୮ ରନ ଓ ତିଳକ ବର୍ମା ୩୯ ରନ କରିଥିଲେ। 

ପ୍ରଥମ ଇନିଂସରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୯୬ ରନ୍ କରିଥିଲା। ଓପନର ସାଇ ସୁଦର୍ଶନ ସର୍ବାଧିକ ୬୧ ରନ କରିଥିଲେ। ସେ ୪୧ଟି ବଲରୁ  ୪ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ସେହିପରି ଅଧିନାୟକ ଶୁବମନ ଗିଲ୍ ୩୮ ରନ, ଯୋଶ୍ ବଟଲର ୩୯ ରନ, ରଦରଫର୍ଡ ୧୮ ରନ ସଂଗ୍ରହ କରିଥିଲେ । ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଧିନାୟକ ଦୁଇଟି ଓ୍ବିକେଟ୍ ନେଇଛନ୍ତି । ଟେଣ୍ଟ ବୋଲ୍ଟ, ଦୀପକ ଚହର, ମୁଜିବ ଏବଂ ସତ୍ୟାନାରାୟଣ ରାଜୁଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ୍ ମିଳିଛି । 

ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ନୈରାଶ୍ୟଜନକ ଥିଲା। ରୋହିତ ଶର୍ମା ୮ ରନ କରି ଆଉଟ୍ ହେବା ଦଳକୁ ବହୁତ ବଡ଼ ଝଟକା ଦେଇଥିଲା। ତିଳକ ବର୍ମା ୩୯ ରନ ଓ ସୂର୍ଯ୍ୟକୁମାର ଯାଦବ ୪୮ ରନ କରିଥିଲେ ହେଁ ଦଳକୁ ପରାଜୟରୁ ରକ୍ଷା କରି ପାରି ନ ଥିଲେ। ଗୁଜରାଟ ବୋଲର ମାପଚୁପ ବୋଲିଂ କରି ମୁମ୍ବାଇ ବ୍ୟାଟରଙ୍କୁ ଚାପରେ ରଖିବା ସହ ହାତ ଖୋଲିବାକୁ ଦେଇ ନ ଥିଲେ। ଶେଷ ଆଡକୁ ନମନ ଧୀର ଓ ମିଚେଲ୍ ସାଣ୍ଟନର ୧୮ ରନ ଲେଖାଏଁ କରିଥିଲେ। ପ୍ରସିଦ୍ଧ କୃଷ୍ଣା ଓ ମହମ୍ମଦ ସିରାଜ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ ହେଁ ପ୍ରସିଦ୍ଧ ମାତ୍ର ୧୮ ରନ ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.