ରିପୋର୍ଟରେ ଖୁଲାସା, ଡାଳଚିନି ପାଉଡରରେ ମିଶୁଛି କାଚଗୁଣ୍ଡ !

Published By : Prameya-News7 Bureau | October 10, 2024 IST

ନୂଆଦିଲ୍ଲୀ ୧୦।୧୦: ଡାଳଚିନି... ଏକ ଲୋକପ୍ରିୟ ମସଲା। ଏହାର ସ୍ଵାଦ ହାଲକା ମିଠା। ହଟ୍ ଚକୋଲେଟ୍, କଫି ଏବଂ ଅଟୋମିଲ୍ ଏବଂ ବେକିଂରେ ହୁଏ ଏହାର ବ୍ୟବହାର। ସୁପ୍ ଏବଂ ଆମିଷ ଖାଦ୍ୟରେ ଏହା ଚାରଚାନ୍ଦ୍ ଲଗାଇଦିଏ। ତେବେ ଆପଣ ଜାଣିଛନ୍ତି କି ? ପ୍ରତ୍ୟେକ ରୋଷେଇ ଘରେ ପ୍ରତି ମସଲାରେ ବ୍ୟବହାର ହେଉଥିବା ଏହି ମସଲା କେତେ ସୁରକ୍ଷିତ ? 

ଡାଳଚିନିକୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ଡାଳଚିନି ପାଉଡରରେ ମିଶୁଛି କାଚଗୁଣ୍ଡ। ଆମେରିକାର ୧୨ଟି ବ୍ରାଣ୍ଡ୍‌ର ଡାଳଚିନି ପାଉଡର୍‌ ଏବଂ ମସଲା ପାଉଡରରେ ଲୁହା ଗୁଣ୍ଡ ମିଳିଛି। ଖାଦ୍ୟ ସୁରକ୍ଷା ବୈଜ୍ଞାନିକମାନେ ଡାଳଚିନିରୁ କାଚଗୁଣ୍ଡ ଚିହ୍ନଟ କରିଛନ୍ତି। 

ସୂଚନାନୁଯାୟୀ, ଖାଦ୍ୟ ସୁରକ୍ଷା ବୈଜ୍ଞାନିକମାନେ ବଜାରରେ ବିକ୍ରି ହେଉଥିବା ୩୬ ପ୍ରକାରର ଡାଳଚିନି ପାଉଡର ଏବଂ ଡାଳଚିନି ଯୁକ୍ତ ମସଲା, ଗରମ ମସଲା, ଏବଂ ଅନ୍ୟ ୫ ପ୍ରକାର ମସଲାର ପରୀକ୍ଷଣ କରିଥିଲେ। ଏହି ସବୁ ମସଲା ଗୁଡ଼ିକ କନେକ୍ଟିକଟ, ନ୍ୟୁ ଜର୍ସି, ନ୍ୟୁୟର୍କ, ଏବଂ ଅନଲାଇନ୍‌ରେ ୧୭ଟି ଦୋକାନରୁ କିଣା ଯାଇଥିଲା। ଏହି ୩୬ ପ୍ରକାର ପାଉଡରରୁ ୧୨ଟିରୁ ଲୁହା ଗୁଣ୍ଡ ମିଳିଥିଲା। ଏହି ମସଲା ମିଶ୍ରଣରେ ଲୁହାଗୁଣ୍ଡ ଭାଗ ୧ ପିପିଏମ୍‌ରୁ ଅଧିକ ଥିଲା।  

କାଚ ଗୁଣ୍ଡ ମିଶ୍ରଣ ହୋଇଥିବା ଏହି ୧୨ ମସଲା ଗୁଡ଼ିକ ହେଲା :- 

ପାରସ୍ ସିନାମନ୍ ପାଉଡର

ଇଜିଏନ୍ ସିନାମନ୍ ପାଉଡର

ମିମିସ୍ ପ୍ରଡକ୍ଟସ୍ ଗ୍ରାଉଣ୍ଡ୍ ସିନାମନ୍

ବାଉଲ୍ ଆଣ୍ଡ୍ ବାସ୍କେଟ୍ ଗ୍ରାଉଣ୍ଡ୍ ସିନାମନ୍

ରାନୀ ବ୍ରାଣ୍ଡ୍ ଗ୍ରାଉଣ୍ଡ୍ ସିନାମନ୍

ଜାରା ଫୁଡ୍‌ସ୍ ସିନାମନ୍ ପାଉଡର୍

ଥ୍ରି ରିଭରସ୍ ସିନାମନ୍ ଷ୍ଟିକ୍ ପାଉଡର୍

ୟୁ ୟେ ବ୍ରାଣ୍ଡ୍ ଫାଇଭ୍ ସ୍ପାଇସ୍ ପାଉଡର୍

ବେଲିଫେଙ୍ଗ୍ ଫାଇଭ୍ ସ୍ପାଇସ୍ ପାଉଡର୍

ସ୍ପାଇସ୍ କିଙ୍ଗ୍ ଫାଇଭ୍ ସ୍ପାଇସ୍ ପାଉଡର୍

ବାଦିଆ ସିନାମନ୍ ପାଉଡର୍

ଦିପ୍ ସିନାମନ୍ ପାଉଡର୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.