ଆଠଗଡ଼ ବିଜେଡ଼ିର ସମ୍ପାଦକଙ୍କୁ ପୋଲିସ ରାତି ଅଧିଆ ଉଠାଇ ଆଣିବା ଘଟଣାକୁ ନିନ୍ଦା

Published By : Prameya-News7 Bureau | October 05, 2024 IST

ଆଠଗଡ଼ ୫।୧୦: ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସଂପାଦକ ରଞ୍ଜନ ଜେନାଙ୍କୁ ପୋଲିସ ରାତି ଅଧିଆ ଉଠାଇ ଆଣିବା ଘଟଣାକୁ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା କରିଛନ୍ତି ବିଜୁ ଜନତା ଦଳ । ଦଳ ପକ୍ଷରୁ ଖୁଣ୍ଟୁଣୀ ଥାନା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଆଠଗଡ଼ ବିଜେଡି । 

ଗତ ୧ ତାରିଖରେ ଖୁଣ୍ଟୁଣୀ ଥାନା ଆଗରେ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୁର ସଭା  ପକ୍ଷରୁ ୧୧ ଦଫା ଦାବି ନେଇ ଆନ୍ଦୋଳନ ଚାଲିଥିବା ସମୟରେ ବିଜେପି କର୍ମୀ ଓ ଶ୍ରମିକ ମାନଙ୍କ ମଧ୍ୟରେ ପୋଲିସ ଉପସ୍ଥିତରେ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ଖୁଣ୍ଟୁଣୀ ପୋଲିସ ଆଠଗଡ ବିଜେଡିର ସଂପାଦକ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ଉପରେ ୭ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବା ପାଇଁ ବିଜୁ ଜନତା ଦଳ କଟକ ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ଦାଶ କହିଛନ୍ତି ।

You Can Read:

ସୁନ୍ଦରଗଡ଼ ଜଙ୍ଗଲରେ ବୁଲୁଛି କଳା ବାଘ, ଟ୍ରାପ୍ କ୍ୟାମେରାରୁ ହେଲା ସ୍ପଷ୍ଟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.