ଯାଜପୁର: ପଞ୍ଚାୟତରେ ଠିକା କାମ ସମ୍ପର୍କରେ RTIରେ ତଥ୍ୟ ମାଗିବାରୁ ଯାଜପୁର ଦଶରଥପୁର ରାହାସୋଇ ଗାଁରେ ମହିଳାଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଦୁଇ ଜଣ ହେଲେ ମହେଶ୍ବର ସେଠୀ ଓ ଦୀପ୍ତିରଞ୍ଜନ ପାଣିଗ୍ରାହୀ । ଏଥି ସହ ଘଟଣାରେ ସମ୍ପୃକ୍ତ ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ଅନ୍ୟ ୨ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।
ଗାଁର ଅଶୋକ ପତି ନାମକ ଜଣେ ବ୍ୟକ୍ତି RTIରେ ତଥ୍ୟ ମାଗିବାରୁ ତାଙ୍କ ପତ୍ନୀଙ୍କୁ ଗାଁ ଦାଣ୍ଡରେ ଘୋଷାଡ଼ି ପିଟିଥିଲେ କିଛି ଲୋକ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଆକ୍ସନକୁ ଆସିଛି ପୋଲିସ । ଦଶରଥପୁର ଯାଇ ପୀଡ଼ିତା ଓ ତାଙ୍କ ସ୍ବାମୀଙ୍କୁ ଭେଟିଛନ୍ତି ସୂଚନା ଅଧିକାର ମଞ୍ଚର ଆବାହକ ପ୍ରଦୀପ ପ୍ରଧାନ । ସେହିଭଳି ବିଜେପି ନେତ୍ରୀ ବବିତା ମଲ୍ଲିକ ମଧ୍ୟ ଯାଜପୁର ଏସଡିପିଓଙ୍କୁ ଭେଟି ଅଭିଯୁଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ।