ବିଶ୍ୱକପ୍‌ ୨୦୨୩ : ଅଷ୍ଟ୍ରେଲିଆର ୧୮ ଜଣିଆ ଦଳ ଘୋଷଣା, ବାଦ୍‌ ପଡିଲେ ଏହି ଷ୍ଟାର ଖେଳାଳି

Published By : Prameya-News7 Bureau | August 07, 2023 IST

ମେଲବର୍ଣ୍ଣ ୦୭।୦୮ : ଆଉ ମାସ କେଇଟା ପରେ ଦିନିକିଆ ବିଶ୍ୱକପ୍‌ ୨୦୨୩ । ଚଳିତ ବର୍ଷ ଅକ୍ଟୋବରରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍‌ । ଏଥିପାଇଁ ସବୁ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହିକ୍ରମରେ ଅଷ୍ଟ୍ରେଲିଆ ବୋର୍ଡ ଆଗାମୀ ବିଶ୍ୱକପ୍‌ ଲାଗି ୧୮ ଜଣିଆ ଦଳ ଘୋଷଣା କରିଛି ।

wp:html /wp:html

ଅଷ୍ଟ୍ରେଲିଆ ସିନିୟର ଚୟନକର୍ତ୍ତାର ମୁଖ୍ୟଙ୍କ ଅନୁଯାୟୀ, ପାଟ କମିନ୍ସଙ୍କ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହାବାଦ୍‌ ଆଲେକ୍ସ କାରି ଓ ଜର୍ଜ ଇଲିଂସଙ୍କ ଦୁଇଟି ଓ୍ୱିକେଟ୍‌ ରକ୍ଷକ ଭାବେ ସାମିଲ୍‌ କରାଯାଇଛି । ଏହାପରେ ଏ. ହାର୍‌ଦି, ଟି ସାଙ୍ଗିଆ, ମାର୍କସ ଷ୍ଟୟନିସ୍‌, ସେନ୍‌ ଆବଟ, ଏନ୍‌ ଇଲିସ୍‌, ଜର୍ଜ ହେଜେଲ୍‌ହୁଡ, ମିଚେଲ ମାର୍ସ, ଷ୍ଟିଭ୍‌ ସ୍ମିଥ୍‌, ଡେଭିଡ୍‌ ଓ୍ୱାର୍ଣ୍ଣର, ଅଷ୍ଟିମ ଆଗର, କ୍ୟାମେରୁନ୍‌ ଗ୍ରୀନ୍‌, ଟ୍ରାଭିସ୍‌ ହେଡ୍‌, ଗ୍ଲେନ୍‌ ମାକ୍ସଓ୍ୱେଲ୍‌, ମିଚେଲ ଷ୍ଟାର୍କ, ଆଡମ ଜାମ୍ପା ରହିଛନ୍ତି । ତେବେ ମାର୍ନସ ଲାବୁସେନ୍‌ ବିଶ୍ୱକପ୍‌ ଦଳରୁ ବାଦ୍‌ ପଡିଛନ୍ତି ।

ତେବେ ୧୯୭୫ରୁ ଆରମ୍ଭ ହୋଇଥିବା ଦିନିକିଆ ବିଶ୍ୱକପ୍‌ରେ ଏବେ ଯାଏଁ ଅଷ୍ଟ୍ରେଲିଆ ୫ଟି ଟ୍ରଫି ଜିତିସାରିଛି । ବିଶ୍ୱ କ୍ରିକେଟ୍‌ର ସବୁଠୁ ଦମ୍‌ଦାର ଦଳ ମଧ୍ୟରେ ଅଷ୍ଟ୍ରେଲିଆ ଏକ । ଚଳିତ ବିଶ୍ୱକପ୍‌ ହାତେଇବାରେ ଅଷ୍ଟ୍ରେଲିଆ ପ୍ରବଳ ଦାବିଦାର ଥିବା କ୍ରିକେଟ୍‌ ବିଶେଷଜ୍ଞ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୫ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ଅକ୍ଟୋବର ୮ରେ ଭାରତ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ସହିତ ଖେଳିବ । ୨୦୨୩ ଦିନିକିଆ ବିଶ୍ୱକପରେ ମୋଟ ୧୨ଟି ଭେନ୍ୟୁ ରହିଛି ।ଏଥିରେ ହାଇଦ୍ରାବାଦ୍‌, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ରହିଛି । ଗୌହାଟୀ ଏବଂ ଥିରୁଅନନ୍ତପୁରମ୍‌ରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ୍‌ ମ୍ୟାଚ୍‌ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.