ମୁମ୍ବାଇ: ସୁପର ସନଡେ’ ରେ ସୁପର ଫାଇଟ୍ । ୧୯ ବର୍ଷରୁ କମ୍ ମହିଳା ଏସିଆ କପ୍ ଚାମ୍ପିଅନ ଭାରତ । ଫାଇନାଲରେ ବାଂଲାଦେଶକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ପଡୋଶୀ ଦଳକୁ ଏକ ତରଫା ହରାଇଛି ଦଳ । ଟାଇଟଲ ଟକ୍କରରେ ୪୧ ରନରେ ବାଂଲା ଟିମ୍କୁ ପରାସ୍ତ କରି ଏସିଆରେ ଚାମ୍ପିଅନ ହୋଇଛି ଭାରତୀୟ ଦଳ । ଗୋଙ୍ଗଡି ତ୍ରିଶାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ମହାକୁମ୍ଭକୁ ନିଜ ନାଁରେ କରିଛି ମହିଳା ଦଳ ।
ରବିବାର କୁଆଲ୍ଲାମପୁରରେ ୧୯ ବର୍ଷରୁ କମ୍ ମହିଳା ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ଖେଳାଯାଇଛି । ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ବାଂଲାଦେଶ । ଗୋଙ୍ଗଡି ତ୍ରିଶାଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୧୭ ରନ୍ ସଂଗ୍ରହ କରିଥିଲା । ବାଂଲାଦେଶ ପକ୍ଷରୁ ଫରଜାନା ଇସ୍ମିନ ୩୧ ରନ ଦେଇ ୪ ଓ୍ବିକେଟ୍ ନେଇଥିଲେ । ସେପଟେ ୧୧୮ରନ ବିଜୟ ଲକ୍ଷ୍ୟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିଲା ୧୯ ବର୍ଷରୁ କମ୍ ମହିଳା ବାଂଲାଦେଶ ଟିମ୍ । ପ୍ରାରମ୍ଭରୁ ଚାପଗ୍ରସ୍ତ ହୋଇ ଖେଳିଥିଲା ପଡୋଶୀ ଟିମ୍ । ଭାରତୀୟ ଘତକ ବୋଲିଂର ସାମ୍ନା କରିପାରିନଥିଲେ । ମାତ୍ର ୧୮.୩ ଓଭରରେ ଦଳ ୭୬ ରନ୍ କରି ଅଲଆଉଟ୍ ହୋଇଥିଲା । ଫଳରେ ଟିମ୍ ଇଣ୍ଡିଆ ସୁପର ସନଡେ’ରେ ଚାମ୍ପିଅନ ହୋଇଛି । ପୂରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ ଦେଖାଇଥିବା ଗୋଙ୍ଗଟିଆ ତ୍ରିଶା ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି।...
‘