ପର୍ଥରେ ଚାଲିଲାନି ବିରାଟ, ରାହୁଲ, ଜୈଶଓ୍ୱାଲଙ୍କ ବ୍ୟାଟ୍, ୧୫୦ ରନ୍‌ରେ ଟିମ୍ ଇଣ୍ଡିଆ ଅଲ୍‌ଆଉଟ୍

Published By : Prameya-News7 Bureau | November 22, 2024 IST

ନୂଆଦିଲ୍ଲୀ ୨୨/୧୧: ପର୍ଥରେ ଚାଲିଲାନି ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍ । ମାଟି କାମୁଡିଲା ମେନ ଇନ୍ ବ୍ଲ୍ୟୁ । କଙ୍ଗାରୁ ବୋଲରଙ୍କ ଆଗରେ ଗୋଟିେ ପରେ ଗୋଟିେ ଓ୍ୱିକେଟ ଖସିଥିଲା । ଫଳରେ ୧୫୦ ରନ୍‌ ରେ ଅଟକିଥିଲା ଟିମ୍ ଇଣ୍ଡିଆର ପ୍ରଥମ ପାଳି । ସୂଚନା ଥାଉକି, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଆରମ୍ଭ ହୋଇଛି । 

ଜୋଶ ହେଜଲେଉଡ୍ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ଚାରିଟି ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସ ମଧ୍ୟ ଦୁଇଟି ୱିକେଟ୍ ନେଇଥିଲେ । ମିଚେଲ ମାର୍ଶ ମଧ୍ୟ ଦୁଇଟି ୱିକେଟ୍ ପାଇଛନ୍ତି । ଭାରତ ପାଇଁ ଡେବ୍ୟୁଟାଣ୍ଟ ନୀତୀଶ କୁମାର ରେଡ୍ଡୀ ସର୍ବାଧିକ ୪୧ ରନ ସ୍କୋର କରିଥିଲେ।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ପାଇଁ ଯଶସ୍ୱୀ ଜୈଶୱାଲ ଖାତା ଖୋଲିପାରିନଥିଲେ। ଏହା ପରେ ତିନି ନମ୍ବରରେ ଆସିଥିବା ଦେବଦତ୍ତ ପାଡିିକଲ ମଧ୍ୟ ଶୂନ୍‌ରେ ପାଭିଲିୟନକୁ ଫେରିଥିଲେ । ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ମଧ୍ୟ କ୍ରିଜରେ ଅଧିକ ସମୟ ରହିପାରିନଥିଲେ। ସେ ପାଞ୍ଚ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। 

ଭାରତୀୟ ଦଳର ଅଧିନାୟକ ଜସପ୍ରୀତ ବୁମ୍ରା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହି ମ୍ୟାଚରେ ଭାରତୀୟ ଦଳର ବ୍ୟାଟିଂ ୧୫୦ ରନରେ ସୀମିତ ରହିଥିଲା । ଏହି ମ୍ୟାଚରେ ନୀତୀଶ କୁମାର ରେଡ୍ଡୀ ଏବଂ ହର୍ଷିତ ରାଣା ଭାରତୀୟ ଦଳ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ । ନାଥାନ୍ ମ୍ୟାକସ୍ୱେନି ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିଥିଲେ। 

ସେପଟେ ମ୍ୟାଚ୍‌ରେ ଖରାପ ଅମ୍ପାୟାରିଂକୁ ଦାୟୀ କରିଛନ୍ତି ପୂର୍ବତନ କ୍ରିକେଟର । କହିଛନ୍ତି ଦଳର ଏପରି ନୈରାଶ୍ୟଜନକ ପ୍ରଦର୍ଶନ ପଛରେ ଅମ୍ପାୟାରଙ୍କ ହାତ ଥିବା କହିଛନ୍ତି ସେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.