ପର୍ଥ: ପର୍ଥରେ ଟିମ୍ ଇଣ୍ଡିର ଫ୍ଲପ୍ ଶୋ’ । ପେସ୍ ଭୂ-ସ୍ବର୍ଗରେ ଫେଲ୍ ମାରିଛନ୍ତି ଭାରତୀୟ ବ୍ୟାଟର । ରୋହିତ୍ ଶର୍ମାଙ୍କ ଅନୁପସ୍ଥିତି ଏବଂ ଯଶପ୍ରୀତ୍ ବୁମରାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଚାପରେ ରହିଛି । ପର୍ଥରେ ଅଷ୍ଟ୍ରେଲିଆ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ଅପ୍ । ମାତ୍ର ୪୭ ରନରେ ୪ଜଣ ବ୍ୟାଟର ଡଗ୍ ଆଉଟ୍କୁ ଫେରିଛନ୍ତି ।
ଦ୍ବିତୀୟ ଓଭରରେ ଅନୁଭବୀ ମିଚେଲ୍ ଷ୍ଟାର୍କଙ୍କ ଶିକାର ହୋଇଥିଲେ ଯଶ୍ବସୀ ଜୈସ୍ବାଲ । ପରେ ଦେବଦତ୍ତ ପାଡ଼ିକଲ ଏବଂ ବିରାଟ୍ କୋହଲିଙ୍କୁ କ୍ୟାଚ୍ ଆଉଟ୍ କରି ଡ୍ରେସିଂ ରୁମଙ୍କୁ ପଠାଇ ଦେଇଥିଲେ ଯୋଶ୍ ହେଜେଲଉଡ୍ । ୨୬ ରନ୍ କରି କ୍ରିଜରେ ସେଟ୍ ହୋଇ ବ୍ୟାଟିଂ କରୁଥିବା କେ.ଏଲ ରାହୁଲଙ୍କୁ ଆଉଟ୍ କରି ଭାରତୀୟ ଦଳକୁ ବ୍ୟାକ୍ ଫୁଟକୁ ଠେଲି ଦେଇଛନ୍ତି ମିଚେଲ୍ ଷ୍ଟାର୍କ । ଫଳରେ ପ୍ରଥମ ସେସନ ଖେଳ ଶେଷ ସୁଦ୍ଧା ଭାରତ ୫୧ ରନ କରି ୪ଟି ବହୁମୂଲ୍ୟ ଓ୍ବିକେଟ୍ ହରାଇଛି ।
ଆସନ୍ତା ବର୍ଷ ବିଶ୍ବ ଟେଷ୍ଟ ଚାମ୍ପିଅନ ଟ୍ରଫି ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଟାଇଟଲ ଜିତିବାକୁ ଟିମ୍ ଇଣ୍ଡିଆ ପାଇଁ ବର୍ଡର ଗାଭାସ୍କର ଟ୍ରଫି ଜିତିବା ବହୁ ଗୁରୁତ୍ବପୂର୍ଣ୍ଣ । ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତକୁ ଅନୂନତ ୪ଟି ମ୍ୟାଚ ଜିତିବାକୁ ହେବ । ଏଥିରେ ଟିମ୍ ଇଣ୍ଡିଆ ବିଫଳ ହେଲେ ଅନ୍ୟ ଦଳର ହାର୍ ଜିତ୍ ଉପରେ ନିର୍ଭର କରିବାକୁ ପଡ଼ିବ ।...