ଅଷ୍ଟ୍ରେଲୀୟ ଗଣମାଧ୍ୟମ ଟାର୍ଗେଟରେ ବିରାଟ କୋହଲି, ଆଇସିସିର ନିଷ୍ପତ୍ତି ବିରୋଧରେ ଝାଡିଲେ ଅସନ୍ତୋଷ

Published By : Prameya-News7 Bureau | December 27, 2024 IST

ନୂଆଦିଲ୍ଲୀ ୨୭/୧୨: ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଏବେ ଉଠୁଛି ପଡୁଛି ସାରା ବିଶ୍ୱ । ଖାସ୍ କରି କୋହଲିଙ୍କ ଆଚରଣକୁ ନେଇ ଦୋହଲୁଛି ମେଲବୋର୍ଣ୍ଣ । ଅଷ୍ଟ୍ରେଲିଆ ମିଡିଆରେ  ବିରାଟକୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଲାଣି । ଆଉ ଗଣମାଧ୍ୟମରେ ହିରୋ ପାଲଟିଛନ୍ତି ୧୯ ବର୍ଷୀୟ ଡେବ୍ୟୁଟାଣ୍ଟ ସାମ କନଷ୍ଟାସ୍ । 

ମିଡିଆରେ ତାଙ୍କୁ ହିରୋ ସଜାଇ ଅନେକ ପ୍ରଶଂସା କରାଯାଉଛି । ସେହିପରି ଫ୍ୟାନ ଫଲୋଅର୍ସ ଅଧିକ ଥିବା ଖେଳାଳି ମାନେ କିଙ୍ଗ ଏବେ ଭିଲେନ୍ । ଆଜ୍ଞା ଆମେ କହୁଛୁ ଭାରତର ଷ୍ଟାର କ୍ରିକେଟର ବିରୋଟ କୋହଲି । ତାଙ୍କର ଜୋକର ଭଳି ଚିତ୍ର ସବୁ ପୋଷ୍ଟ କରାଯାଇଛି । 


ସୂଚନା ଥାଉକି, ଖେଳର ପ୍ରଥମ ଦିନରେ ଅଷ୍ଟ୍ରେଲୀୟ ଇନିଂସର ଦଶମ ଏବଂ ଏକାଦଶ ଓଭର ମଧ୍ୟରେ ବିରତି ସମୟରେ ଏହି  ଘଟିଥିଲା ଅଘଟଣ । କଙ୍ଗାରୁ ଖେଳାଳି ଆଉଟ୍ ହୋଇ ଯାଉଥିବା ବେଳେ ବିରାଟ କୋହଲିଙ୍କ ସାମ କନଷ୍ଟାସ୍ କାନ୍ଧକୁ ପିଟିଥିଲେ ଖୁବ୍ ଜୋରରେ । ତେବେ ଏହାକୁ ପସନ୍ଦ କରିନଥିଲେ  କନଷ୍ଟାସ୍ । ତେବେ ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । 

ଚାରିଆଡୁ ସମାଲୋଚନାର ଶିକାର ହୋଇଥିଲେ କୋହଲି । ଏମିତିକି ମ୍ୟାଚ୍ ଫି ୨୦ ପ୍ରତିଶତ କଟିଥିଲା । ଗୋଟିେ ଡେରମିଣ୍ଟ ବି ଲାଗିଛି । ତେବେ ଆଇସିସିର ଏହି ନିଷ୍ପତ୍ତିରେ ଅଷ୍ଟ୍ରେଲିଆ ଗଣମାଧ୍ୟମ ଖୁସି ମନେ ହେବା ପରି ଲାଗୁନି । କାରଣ ଅଷ୍ଟ୍ରେଲୀୟ ଖବରକାଗଜରେ ବିରାଟ କୋହଲିଙ୍କୁ ଟାର୍ଗେଟ କରାଯାଇଛି। 'ପଶ୍ଚିମ ଅଷ୍ଟ୍ରେଲିୟା' ଖବରକାଗଜ କୋହଲିଙ୍କ ପାଇଁ 'କ୍ଲାଉନ୍' ଶବ୍ଦ ବ୍ୟବହାର କରିଥିଲା । ଏହି ଖବରକାଗଜ ଶୀର୍ଷକ ରଖିଛି- କ୍ଲାଉନ୍ କୋହଲି । 

'ପଶ୍ଚିମ ଅଷ୍ଟ୍ରେଲିୟା' ଖବରକାଗଜରେ କୋହଲିଙ୍କୁ 'ସୁକ୍' (କାନ୍ଦୁଥିବା ବା ଭୟଭୀତ) ବୋଲି ମଧ୍ୟ ବର୍ଣ୍ଣନା କରାଯାଇଛି। ସେହିଭଳି ଦୈନିକ ଟେଲିଗ୍ରାଫ୍ ଖବରକାଗଜ ବିରାଟ କୋହଲିଙ୍କ ଉପରେ ମଧ୍ୟ ଟାର୍ଗେଟ କରିଥିଲା । ସାମ୍ କନଷ୍ଟାସ୍‌ଙ୍କୁ ପ୍ରଶଂସା କରି ଏହି ଖବରକାଗଜ ଶୀର୍ଷକ ପ୍ରକାଶ କଲା- 'କିଙ୍ଗ କୋନ୍' । 


ସେହିପରି ଆଇସିସିର ନିଷ୍ପତ୍ତିରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ ଅସନ୍ତୁଷ୍ଟ ଦେଖାଯାଉଥିଲେ । ପଣ୍ଟିଙ୍ଗ ବିଶ୍ୱାସ କରନ୍ତି ଯେ ଏହି ଦଣ୍ଡ ବହୁତ ହାଲୁକା ଥିଲା । ପଣ୍ଟିଂ କହିଛନ୍ତି, 'ମୁଁ ଭାବୁନାହିଁ ଯେ ଦଣ୍ଡ କଠୋର ଥିଲା । 

ଫକ୍ସ ସ୍ପୋର୍ଟସ୍ ଏହି ପ୍ରସଙ୍ଗରେ ଏକ ଆର୍ଟିକିଲ୍ ପ୍ରକାଶ କରିଛି, ସେ ଅତ୍ୟଧିକ ଗର୍ବିତ ହେବେ ନା । ୱାଇଡ୍ ୱାର୍ଲ୍ଡ ଅଫ୍ ସ୍ପୋର୍ଟସ୍ (ଡବ୍ଲୁ୍ୟୁଡବ୍ଲୁଏସ୍) ଶୀର୍ଷକ ଲେଖିଛି, କୋହଲି କନଷ୍ଟାସ୍ ମାମଲାରେ ନିଷେଧାଦେଶରୁ ରକ୍ଷା ପାଇଛନ୍ତି । ଅନ୍ୟ ଏକ ଆର୍ଟିକିଲରେ ଷ୍ଟିଭ୍ ୱାହଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ ସେ ନିଷେଧାଦେଶକୁ ଏଡାଇବା ପାଇଁ ଅତ୍ୟଧିକ ଭାଗ୍ୟବାନ ଥିଲେ। 

ସିଡନୀ ମର୍ନିଂ ହେରାଲ୍ଡ ଏହି ପ୍ରସଙ୍ଗକୁ ଭିନ୍ନ ଢଙ୍ଗରେ ଆଲୋକିତ କରିଥିଲେ । ୨୦୧୮ରେ ବଲ୍ ଟାମ୍ପରିଂ ଦୁର୍ନୀତି ପରେ ଆଇସିସି ଆଚରଣ ବିଧିରେ ପରିବର୍ତ୍ତନ ହେତୁ କୋହଲିଙ୍କୁ କିପରି ବାରଣ କରାଯାଇ ନାହିଁ ବୋଲି କୁହାଯାଇଥିଲା। ୨୦୧୯ ପରଠାରୁ ବିରାଟ କୋହଲି ପ୍ରଥମ ଥର ପାଇଁ ଡେରିମିଟ୍ ପଏଣ୍ଟ ପାଇଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.