ନୂଆଦିଲ୍ଲୀ: ଭାରତୀୟ ଦଳକୁ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ର ପାଇନାଲ୍ରେ ପହଞ୍ଚିବା ପାଇଁ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ମେଲବର୍ଣ୍ଣରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଚତୁର୍ଥ ଟେଷ୍ଟ ଖେଳାଯାଉଛି। ଯଦି ଭାରତ ଏହି ମ୍ୟାଚ୍ରେ ବିଜୟୀ ହୁଏ ତେବେ ଦଳର ଡବ୍ଳ୍ୟୁଟିସି ଫାଇନାଲ୍ରେ ପ୍ରବେଶ କରିବା ସହଜ ହୋଇପାରେ। ଯଦି ଦଳ ମ୍ୟାଚ୍ ହାରେ ତଥାପି ଡବ୍ଲ୍ୟୁଟିସ ଫାଇନାଲ୍ ଆଶା ଉଜ୍ଜିବୀତ ରହିବ। ତେବେ ଆସନ୍ତୁ ଜାଣିବା ଭାରତୀୟ ଦଳର ଡବ୍ଲ୍ୟୁଟିସି ଫାଇନାଲ୍ରେ ପହଞ୍ଚିବା ପାଇଁ କଣ ରହିଛି ସମୀକରଣ।
ବର୍ଡର-ଗାଭାସ୍କର ଟ୍ରଫି ୩-୧ରେ ଜିତିଲେ
ଯଦି ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫି ୩-୧ର ଜିତେ ତେବେ ଦଳ ସିଧାସଳଖ କାହା ଉପରେ ନିର୍ଭର ନ କରି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବ। ଏହି ହିସାବରେ ଭାରତକୁ ମେଲବର୍ଣ୍ଣ ଓ ସିଡନୀ ମ୍ୟାଚ୍ ଜିତିବାକୁ ପଡ଼ିବ।
ବର୍ଡର-ଗାଭାସ୍କର ଟ୍ରଫି ୨-୧ରେ ଜିତିଲେ
ଯଦି ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫି ୨-୧ରେ ଜିତେ ତେବେ ଏମିତି ସ୍ଥିତିରେ ଶ୍ରୀଲଙ୍କାକୁ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଟେଷ୍ଟ ଡ୍ର ରଖିବାକୁ ପଡ଼ିବ ଓ ପାଲିସ୍ତାନକୁ ଦକ୍ଷିଣ ଆଫ୍ରିକାକୁ ହରାଇବାକୁ ପଡିବ।
ବର୍ଡର-ଗାଭାସ୍କର ଟ୍ରଫି ୨ -୨ରେ ରହିଲେ
ଯଦି ବର୍ଡର-ଗାଭାସ୍କର ଟ୍ରଫି ୨-୨ରେ ବରାବର ରହେ ତେବେ ଶ୍ରୀଲଙ୍କାକୁ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ମ୍ୟାଚ୍ ଜିତିବାକୁ ପଡ଼ିବ ଓ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୨-୦ରେ ହରାଇବାକୁ ପଡ଼ିବ।
ବର୍ଡର-ଗାଭାସ୍କର ଟ୍ରଫି ୧-୧ରେ ରହିଲେ
ଯଦି ବର୍ଡର-ଗାଭାସ୍କର ଟ୍ରଫି ୧-୧ରେ ଡ୍ର ରହେ ତେବେ ଏମିତି ସ୍ଥିତିରେ ଶ୍ରୀଲଙ୍କାକୁ ଅଷ୍ଟ୍ରେଲିଆ ବିପକ୍ଷରେ ୧-୦ରେ ସିରିଜ୍ ଜିତିବାକୁ ପଡ଼ିବ। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନକୁ ସିରିଜ୍ ୨-୦ରେ ଜିତିବାକୁ ପଡ଼ିବ।
ବର୍ଡର-ଗାଭାସ୍କର ଟ୍ରଫି ହାରିଲେ
ଯଦି ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫି ହାରେ ତେବେ ଦଳର ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍ରେ ପହଞ୍ଚିବାର ସ୍ଵପ୍ନ ଭାଙ୍ଗିଯିବ। ଏବେ ଦେଖିବା ବାକି ରହିଲା ଯେ, ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫି କେମିତି ସମାପ୍ତ କରୁଛି।