ନୂଆଦିଲ୍ଲୀ: ନୀତୀଶ କୁମାର ରେଡ୍ଡି ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଇନିଂସରେ ଚମତ୍କାର ବ୍ୟାଟିଂ କରି କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି । ନୀତୀଶଙ୍କ ଏହି ଇନିଂସ ବଳରେ ଭାରତୀୟ ଟିମ୍ ମ୍ୟାଚ୍ରେ ଏକ ପ୍ରକାର କମ୍ବ୍ୟାକ୍ କରିବାରେ ସକ୍ଷମ ହୋଇଛି । ନୀତୀଶଙ୍କ ଏହି ଇନିଂସ ଭାରତୀୟ କ୍ରିକେଟରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଆଜିର ଏହି ଇନିଂସ ନୀତୀଶ ଏବଂ ତାଙ୍କ ପରିବାର ପାଇଁ ଭାବୁକ କରିଛି । ନୀତୀଶଙ୍କ ଶତକୀୟ ଇନିଂସ ଦେଖିବା ପାଇଁ ତାଙ୍କର ପୂରା ପରିବାର ଷ୍ଟାଡିୟମରେ ଉପସ୍ଥିତ ଥିଲା । କ୍ୟାରିୟରର ପ୍ରଥମ ଶତକରେ ନୀତୀଶଙ୍କ ବାପା ଅଧିକ ଇମୋସନାଲ ହୋଇଥିଲେ ଏବଂ ଷ୍ଟାଡିୟମ ଭିତରେ ହିଁ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା । ତୃତୀୟ ଦିନର ଖେଳ ଶେଷ ହେବା ପରେ ନୀତୀଶ ନିଜ ପରିବାର ଲୋକଙ୍କୁ ଭେଟିଛନ୍ତି । ପରିବାରର ସେହି ଭାବୁକ ମୁହୂର୍ତ୍ତକୁ ବିସିସିଆଇ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଛି ।
ବିସିସିଆଇ ସେୟାର କରିଥିବା ଭିଡିଓରେ ନୀତୀଶ କୁମାର ନିଜ ପରିବାର ଲୋକଙ୍କୁ ଭେଟୁଛନ୍ତି । ନୀତୀଶ ରୁମ୍ କବାଟ ଖୋଲିବା ପରେ ପ୍ରଥମେ ନିଜ ମାଆଙ୍କୁ ଆଲିଙ୍ଗନ କରୁଛନ୍ତି । ଏହାପରେ ଭଉଣୀ ଏବଂ ଶେଷରେ ନିଜ ବାପାଙ୍କୁ ଅଲିଙ୍ଗନ କରିଥିଲେ । ବାପା-ପୁଅଙ୍କ ମଧ୍ୟରେ ଇମୋସନାଲ୍ ମୋମେଣ୍ଟ ଦେଖିବାକୁ ମିଳିଥିଲା ।
𝐓𝐞𝐚𝐫𝐬 𝐨𝐟 𝐣𝐨𝐲 𝐡𝐚𝐯𝐞𝐧’𝐭 𝐬𝐭𝐨𝐩𝐩𝐞𝐝 𝐫𝐨𝐥𝐥𝐢𝐧𝐠.
— BCCI (@BCCI) December 28, 2024
The Reddy family has been a bundle of emotions today. Witness the magical moment as they embrace Nitish after he wowed the world with his extraordinary maiden Test century at the MCG.
A day etched in memories… pic.twitter.com/uz9mrASuRm
ବକ୍ସିଂ ଡେ’ ଟେଷ୍ଟର ତୃତୀୟ ଦିନରେ ୱାଶିଂଟନ ସୁନ୍ଦର ଏବଂ ନୀତୀଶ ରେଡ୍ଡିଙ୍କ ମଧ୍ୟରେ ୧୨୭ ରନ୍ ପାର୍ଟନରଶିପ୍ ଟିମ୍ ଇଣ୍ଡିଆକୁ କମ୍ବ୍ୟାକ୍ କରାଇଛି । ଟିମ୍ ଇଣ୍ଡିଆ ୯ ୱିକେଟ୍ ହରାଇ ୩୫୮ ରନ୍ କରିଛି । ଭାରତ ଏବେ ବି ଅଷ୍ଟ୍ରେଲିଆଠାରୁ ୧୦୬ ରନ୍ ପଛରେ ରହିଛି । ନୀତୀଶ କୁମାର ରେଡ୍ଡି ୧୦୫ ରନ୍ ଏବଂ ମହମ୍ମଦ ସିରାଜ ୨ ରନ୍ କରି ଅପରାଜିତ ଅଛନ୍ତି ।