ବଦଳିଲା ମେଲବର୍ଣ୍ଣ ଟେଷ୍ଟର ସିଡ୍ୟୁଲ, ଚତୁର୍ଥ ଦିନରେ ଏହି ସମୟରୁ ଆରମ୍ଭ ହେବ ମ୍ୟାଚ୍

Published By : Prameya-News7 Bureau | December 28, 2024 IST

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍ ମେଲବର୍ଣ୍ଣରେ ଖେଳା ଯାଉଛି। ଚତୁର୍ଥ ମ୍ୟାଚ୍‌ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯ ଓ୍ଵିକେଟ୍ ହରାଇ ୩୫୮ ରନ କରିଛି। କ୍ରିଜରେ ନୀତିଶ ରେଡ୍ଡୀ ୧୦୫ ରନ ଓ ମହମ୍ମଦ ସିରାଜ ୨ ରନ କରି ଅପରାଜିତ ଅଛନ୍ତି। ଭାରତ ଏବେ ବି ଘରୋଇ ଅଷ୍ଟ୍ରେଲିଆଠୁ ୧୦୬ ରନ ପଛରେ ରହିଛି। ଖରାପ ଆଲୋକ ଯୋଗୁଁ ତୃତୀୟ ଦିନର ଷ୍ଟମ୍ପ ଅପସାରଣ ଜଲଦି ଘୋଷଣା କରାଯାଇଛି। ତେଣୁ ଚତୁର୍ଥ ଦିନ ଖେଳ ଶୀଘ୍ର  ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। 

ଖରାପ ଆଲୋକ କାରଣରୁ ତୃତୀୟ ଦିନର ଶେଷ ସେସନର ଖେଳ ପୂରା ହୋଇ ପାରି ନ ଥିଲା। ତୃତୀୟ ଖେଳା ଯାଇ ପାରି ନ ଥିବା ଓଭରର ଭରଣା ଚତୁର୍ଥ ଦିନରେ କରାଯିବ। ଏହି କାରଣରୁ ଚତୁର୍ଥ ଦିନର ଖେଳ ଅଧ ଘଣ୍ଟା ଆଗରୁ ଅର୍ଥାତ ଭାରତୀୟ ସମୟ ଭୋର ୪ଟା ୩୦ରେ ଆରମ୍ଭ ହେବ। ଏହା ପୂର୍ବରୁ ମ୍ୟାଚ୍ ସକାଳ ୫ଟାରୁ ଆରମ୍ଭ ହେଉଥିଲା।

Also read: ସିରିଜ୍ ୧-୧ରେ କିମ୍ବା ୨-୨ରେ ଡ୍ର ରହିଲେ କେମିତି WTC ଫାଇନାଲ୍ ପହଞ୍ଚିବ ଭାରତ ?

ନୀତିଶ ରେଡ୍ଡୀଙ୍କ ଶତକ ବଳରେ ଭାରତ ଚତୁର୍ଥ ଟେଷ୍ଟରେ  କେବଳ ଫଲୋଅନ ଏଡ଼ାଇ ନାହିଁ ବରଂ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଇଛି। ଏକଦା  ୨୨୧ ରନରେ ୭ ଓ୍ଵିକେଟ୍ ହରାଇ ମୁସ୍କିଲରେ ପଡ଼ିଥିବା ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ଦୁଇ ଅଲରାଉଣ୍ଡର ନୀତିଶ ରେଡ୍ଡୀ ଓ ଓ୍ଵାଶିଂଟନ ସୁନ୍ଦର। ଉଭୟ ଅଷ୍ଟମ ଓ୍ଵିକେଟ୍ ପାଇଁ ୧୨୭ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ। ସୁନ୍ଦର ୫୦ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳି ଆଉଟ୍ ହୋଇଥିବା ବେଳେ ନୀତିଶ ୧୦୫ ରନ କରି ଅପରାଜିତ ଅଛନ୍ତି। ଉଲ୍ଲେଖନୀୟ ଅଷ୍ଟ୍ରେଲିଆ  ପ୍ରଥମ ଇନିଂସରେ ୪୭୪ ରନ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.