ସଚିନ ଓ ପନ୍ତଙ୍କ ପରେ ନୀତିଶ ରେଡ୍ଡି ତୃତୀୟ ଖେଳାଳି; ଅଷ୍ଟ୍ରେଲିଆରେ ରେକର୍ଡ ବ୍ରେକିଂ ପ୍ରଦର୍ଶନ

Published By : Prameya-News7 Bureau | December 28, 2024 IST

ମୁମ୍ବାଇ: ମେଲବର୍ଣ୍ଣରେ ଜାରି ରହିଛି ବକ୍ସିଂ ଡେ' ଟେଷ୍ଟ । ବର୍ଡର-ଗାଭସ୍କାର ଟ୍ରଫିର ଚତୁର୍ଥ ମ୍ୟାଚର ତୃତୀୟ ଦିନରେ ରୋମାଞ୍ଚ ଦେଖିବାକୁ ମିଳିଛି । ଟିମ୍ ଇଣ୍ଡିଆର ସିନିୟର ପ୍ଲେୟାର ଫେଲ୍ ମାରିବା ପରେ ଫଲୋ-ଅନ୍ ବଞ୍ଚାଇବାକୁ ସଂଘର୍ଷ କରିଥିଲା ଦଳ । ମାତ୍ର ୨୧ ବର୍ଷୀୟ ନୀତିଶ ରେଡ୍ଡି ସଂଘର୍ଷପୂର୍ଣ୍ଣ ସ୍ଥିତିରୁ ଭାରତୀୟ ଦଳକୁ ଉଦ୍ଧାର କରିଛନ୍ତି । ଅଷ୍ଟମ ଓ୍ବିକେଟରେ ଶତକୀୟ ଇନିଂସ ଖେଳିଛନ୍ତି ଏହି ଯୁବ ତାରକା । ୧୦୫ ରନର ଦମଦାର ମେଡେନ ସେଞ୍ଚୁରୀ ମାରି ଅପରାଜିତ ରହିଛନ୍ତି ନୀତିଶ । ଅଷ୍ଟ୍ରେଲିଆରେ ସଚିନ ତେନ୍ଦୁଲକର, ରିଷଭ ପନ୍ତଙ୍କ ପରେ ତୃତୀୟ ଖେଳାଳି ଭାବେ ନୀତିଶ କୁମାର ରେଡ୍ଡି ସବୁଠୁ କମ୍ ବୟସରେ ଏହି ରେକର୍ଡ ସ୍ଥାପନ କରିଛନ୍ତି । 

ସଚିନ ତେନ୍ଦୁଲକର ୧୮ ବର୍ଷ ୨୫୬ ଦିନରେ ମେଲବର୍ଣ୍ଣରେ ଟେଷ୍ଟ ସେଞ୍ଚୁରୀ ମାରିଥିଲେ । ସଚିନଙ୍କ ପରେ ରିଷଭ ପନ୍ତ ୨୧ ବର୍ଷ ୯୨ ଦିନରେ ସିଡନୀ ଗ୍ରାଉଣ୍ଡରେ ଶତକୀୟ ଇନିଂସ ଖେଳିଥିଲେ  । ଏବେ ଯୁବ ତାରକା ଭାବେ ୨୧ ବର୍ଷ ୨୧୬ ଦିନରେ ନୀତିଶ କୁମାର ରେଡ୍ଡି ପ୍ରଥମ ଶତକ ମାରି ରେକର୍ଡ କରିଛନ୍ତି । କମ୍ ବୟସରେ ଶତକ ହାସଲ କରିଖିବା ଯୁବ ତାରକା ମଧ୍ୟରେ ନୀତିଶ ତୃତୀୟ ସ୍ଥାନରେ ରହିଛନ୍ତି । 

ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆର ସିନିୟର ବ୍ୟାଟର ବାରମ୍ବାର ବିଫଳ ହେଉଥିବା ବେଳେ ନୀତିଶ ରେଡ୍ଡି କଠିନ ପରିସ୍ଥିତିରେ ଦମଦାର୍ ବ୍ୟାଟିଂ ପ୍ରଦର୍ଶନ ଦେଖାଉଛନ୍ତି । ସେ ଗତ ତିନୋଟି ମ୍ୟାଚରେ ୪୧, ୩୮, ୪୨, ୪୨, ୧୬ ଏବଂ ୧୦୫ ରନ୍‌ର ସଂଗ୍ରହ କରିଛନ୍ତି । ମେଲବର୍ଣ୍ଣରେ ଏବେବି କ୍ରିଜରେ ଅପରାଜିତ ରହିଛନ୍ତି ।...    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.