ଭୁବନେଶ୍ବର ୧୨।୧୨: ଓଡିଶା କ୍ରୀଡାରେ ଯୋଡି ହେଲା ଆଉ ଏକା ନୂଆ ଫର୍ଦ୍ଦ । କଳିଙ୍ଗ ଷ୍ଟାଡିୟମ ବ୍ୟାଡ଼ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ଉଦଘାଟିତ । ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ୱଶର୍ମା ଏହାକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡା ମନ୍ତ୍ରୀ ଉପସ୍ଥିତ ଥିଲେ । ୭୭ ହାଜର ବର୍ଗଫୁଟ ପରିମିତ ଅଞ୍ଚଳରେ ଏହାକୁ ନିର୍ମାଣ କରାଯାଇଛି । ଏକା ସାଙ୍ଗରେ ୪୦୦ କ୍ରୀଡାପ୍ରେମୀ ଏହି ବ୍ୟାଡ଼ମିଣ୍ଟର ସେଣ୍ଟରରେ ବ୍ୟାଡ଼ମିଣ୍ଟନ ଖେଳ ମଜା ନେଇପାରିବେ । ଉଦଘାଟନ ପରେ ହିମନ୍ତ ବିଶ୍ବଶର୍ମା ଓ ମୋହନ ଚରଣ ମାଝୀ ବ୍ୟାଡମିଣ୍ଟନ କୋର୍ଟରେ ବ୍ୟାଡମିଣ୍ଟନ ଖେଳିଛନ୍ତି ।
You Can Read:
ଫେକ୍ ଗେମିଂ ପ୍ଲାଟ୍ଫର୍ମ ପ୍ରସ୍ତୁତ କରି ଠକେଇ, ୪ ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ