କଟକ: ବଢ଼ିଲା ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରହିଛି କାର୍ଯ୍ୟକ୍ରମ ସମୟକୁ ଆହୁରି ଅଧ ଘଣ୍ଟା ପର୍ଯ୍ୟନ୍ତ ବଢ଼ାଯାଇଛି। ଅର୍ଥାତ ଏଣିକି ରାତି ଦଶଟା ପରିବର୍ତ୍ତେ ସାଢ଼େ ୧୦ ଟା ଯାଏଁ ଚାଲିପାରିବ କାର୍ଯ୍ୟକ୍ରମ। ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ନକରିବାକୁ ପରାମର୍ଶ ଦେଇଛି ପ୍ରଶାସନ।
ସୂଚନାଥାଉକି, ଶନିବାର ଶନିବାର ବୈଷ୍ଣବ ପାଣି ମଞ୍ଚ ନିକଟରେ ଥିବା ଷ୍ଟେଜ୍ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରୁଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ତେବେ ୧୦ଟା ପରେବି ସାଉଣ୍ଡ ବନ୍ଦ ହୋଇ ନଥିବାରୁ କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ। ସାଉଣ୍ଡ ବନ୍ଦ କରିବାକୁ ଯାଇ ପୋଲିସ ବଳ ପ୍ରୟୋଗ କରିଥିଲା। ଶେଷରେ ଅସୀମାଙ୍କୁ ଷ୍ଟେଜରୁ ଓହ୍ଲାଇ ଦିଆଯାଇଥିଲା। ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଏମିତିରେ କଟକ ବାଲିଯାତ୍ରା ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧା ନଉପୁଜିବା ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାପାଳ ଓ ପୋଲିସ କମିଶନରଙ୍କ ସହ ଆଲୋଚନା କରିଥିଲେ । ତଦନୁଯାୟୀ କଟକ ଜିଲ୍ଲାପାଳ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଆଉ ଅଧ ଘଣ୍ଟା ଅଧିକ ସମୟ ଡାକାବାଜି ଯନ୍ତ୍ର ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛନ୍ତି।