ଗୁଜରାଟ ବନାସକାଣ୍ଠା ବାଣ କାରଖାନାରେ ବିସ୍ଫୋରଣ, ୧୦ ମୃତ

Published By : Prameya-News7 Bureau | April 01, 2025 IST

ଗୁଜରାଟ ୦୧/୦୪: ଗୁଜରାଟର ବନାସକାଣ୍ଠାରେ ଅଭାବନୀୟ ଘଟଣା । ଜିଲ୍ଲାର ଦୀସା ସହରରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି। ପିଟିଆଇ ରିପୋର୍ଟ ଅନୁଯାୟୀ, ଦୀସା ଗ୍ରାମୀଣ ପୋଲିସ ଷ୍ଟେସନର ଇନ୍ସପେକ୍ଟର ବିଜୟ ଚୌଧୁରୀ କହିଛନ୍ତି ଯେ ସହର ନିକଟରେ ଅବସ୍ଥିତ କାରଖାନାର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଏବଂ ପରେ ଅଗ୍ନିକାଣ୍ଡ ଘଟିବାରୁ ଅନେକ ଶ୍ରମିକ ଫସି ରହିଥିଲେ।

ଅନ୍ୟପକ୍ଷରେ ବନାସକାଣ୍ଠା କଲେକ୍ଟର ମିହିର ପଟେଲ କହିଛନ୍ତି, "ସକାଳେ ଆମେ ଡିସା ଶିଳ୍ପାଞ୍ଚଳରେ ଏକ ବଡ଼ ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇଥିଲୁ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା । ଘଟଣାସ୍ଥଳରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନେକ ଆହତ ଶ୍ରମିକଙ୍କୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନାର ସ୍ଲାବ ଭୁଶୁଡ଼ି ପଡ଼ିଥିଲା ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.