ରାଜଧାନୀରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ବାର୍ ଡ୍ୟାନ୍ସରଙ୍କ ମୃତଦେହ

Published By : Prameya-News7 Bureau | May 31, 2024 IST

ଭୁବନେଶ୍ବର ୩୧।୫: ରାଜଧାନୀରେ ଚାଞ୍ଚଲ୍ୟ । ବନ୍ଦ ଘରେ ବାର୍ ଡ୍ୟାନ୍ସରଙ୍କ ମୃତଦେହ । ସନ୍ଦେହଜନକ ଅବସ୍ଥାରେ ପଡିଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଏକ ବନ୍ଦ ଘରେ ରକ୍ତାକ୍ତ ଅବସ୍ଥାରେ ପଡିଛି ମୃତଦେହ । ମୃତ ଯୁବତୀ ଜଣଙ୍କ ଜଣେ ବାର୍ ଡ୍ୟାନ୍ସର ବୋଲି ଜଣାପଡିଛି । ମୃତ ଯୁବତୀଙ୍କ ଛଦ୍ମନାମ ଚାରୁ । ତାଙ୍କ ଘର ଚଣ୍ଡିଗଡ଼ରେ ବୋଲି ଜଣାପଡିଛି । ମୃତଦେହ ପଡିଥିବା ବିଲ୍ଡିଂ ଭିତରେ ୨୫ ଜଣ ଯୁବତୀ ରହୁଥିବା ଜଣାପଡିଛି ।

କଟକ ରୋଡ୍‌ରେ ଥିବା ଏକ ଡ୍ୟାନ୍ସ ବାର୍‌ରେ ଯୁବତୀ ଜଣଙ୍କ କାମ କରୁଥିଲେ । ପାହାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଆତ୍ମହତ୍ୟା ମାମଲା ରୁଜୁ କରାଯାଇଛି । ଟେଲିଫୋନ କଲ୍ ରେକର୍ଡ, ସୋସିଆଲ ମିଡିଆ ମେସେଜ ଯାଞ୍ଚ କରୁଛି ପୋଲିସ । 

You Can Read :

ପାଣି ପାଇପ୍ ଚୋରି ରIକେଟ୍‌ର ପର୍ଦ୍ଦାଫାଶ, ମୁଖ୍ୟ ଅଭିଯୁକ୍ତ ସମେତ ୧୧ ଗିରଫ

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.