ପାଣି ପାଇପ୍ ଚୋରି ରାକେଟ୍‌ର ପର୍ଦ୍ଦାଫାଶ, ମୁଖ୍ୟ ଅଭିଯୁକ୍ତ ସମେତ ୧୧ ଗିରଫ

Published By : Prameya-News7 Bureau | May 31, 2024 IST

ଭୁବନେଶ୍ବର ୩୧।୫: କମିଶନରେଟ୍ ପୋଲିସ ହାତରେ ପାଣି ପାଇପ୍ ଚୋରିର ବଡ଼ ରIକେଟ୍ । IRWSSର ପାଣି ପାଇପ ଚୋରି କରି ରାଜ୍ୟ ବାହାରକୁ ହେଉଥିଲା ଚାଲାଣ I ମାମଲାରେ ମୋଟ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି ବୋଲି ଭୁବନେଶ୍ବର ଡିସିପି କହିଛନ୍ତି I ମୁଖ୍ୟ ଅଭିଯୁକ୍ତ ସୁଧୀର ବେହେରା ଗିରଫ I କେଉଁଠି ପାଣି ପାଇପ କାମ ଚାଲିଛି ଚି଼ହ୍ନଟ କରିବା, ଲେବର ଠିକ୍ କରିବା ଥିଲା ସୁଧୀରର କାମ I ଦୁଇ ଟ୍ରାନ୍ସପୋର୍ଟର ରମେଶ ଚନ୍ଦ୍ର ସାହୁ ଓ ସନ୍ଦୀପ ଅଗ୍ରୱାଲ ମଧ୍ୟ ଗିରଫ ହୋଇଛନ୍ତି I ଜାଲ୍ କାଗଜପତ୍ର ତିଆରି କରି ଟ୍ରକ ଜରିଆରେ ରାୟପୁର, ଭିଲାଇର ସ୍କ୍ରIପ୍ ଡିଲରକୁ ପଠାଉଥିଲେ I ବିଭିନ୍ନ ଜିଲ୍ଲାରେ ଏମାନଙ୍କ ଲିଙ୍କ ରହିଛି I ହଜାରେରୁ ଅଧିକ ପାଇପ ଚୋରି କରି ବିକ୍ରି କରିଛନ୍ତି ଯାହାର ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି ସୂଚନା ରହିଛି I ରାୟଗଡା, ଖୋର୍ଦ୍ଧା, କଟକ, କନ୍ଧମାଳ, ଭୁବନେଶ୍ୱରରେ ଏମାନଙ୍କ ନାଁରେ ୮ରୁ ଅଧିକ କେସ୍ ରହିଛି I ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି, ରାଜ୍ୟ ବାହାର ଲିଙ୍କ ନେଇ ମଧ୍ୟ ଖୋଳତାଳ ଚାଲିଛି I ରାଜ୍ୟ ବାହାରକୁ ଯିବ ପୋଲିସ I ରିମାଣ୍ଡରେ ଆଣି ଅଭିଯୁକ୍ତଙ୍କୁ ଜେରା କରାଯିବ I

You Can Read :

ଗାଡି କିଣିବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ଅଭିଯୋଗ, ଏମିତି କହିଲା ୮ ବର୍ଷର ପୁଅ

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.