ଟିମ୍ ଇଣ୍ଡିଆର ଘରୋଇ ସିଜିନ ଘୋଷଣା କଲା BCCI, ୩ ବଡ଼ ଦଳ ସହ ହେବ ମୁକାବିଲା

Published By : Prameya-News7 Bureau | June 20, 2024 IST

aajtak

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ୨୦୨୪-୨୫ ଘରୋଇ ସିଜିନ ପାଇଁ ଭାରତୀୟ କ୍ରିକେଟ୍ ଦଳର କ୍ରୀଡ଼ାସୂଚୀ ଜାରି କରିଛି। ଆଗାମୀ ସେପ୍ଟେମ୍ବରରୁ ୨୦୨୫ ଫେବୃଆରୀ ପର୍ଯ୍ୟନ୍ତ ବଡ଼ ସିରିଜ୍ ଖେଳିବ ଭାରତ। ଏହି ସମୟରେ ଭାରତୀୟ ଦଳ ୫ଟି ଟେଷ୍ଟ, ୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଓ ୩ଟି ଦିନିକିଆ ଖେଳିବ। ଭାରତ ଏହି ସିଜିନର ଆରମ୍ଭ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ କରିବ। 

ବାଂଲାଦେଶ

ଭାରତୀୟ ଦଳ ସେପ୍ଟେମ୍ବର ମାସରେ ବାଂଲାଦେଶ ସହ ଘରୋଇ ମଇଦାନରେ ମ୍ୟାଚ୍‌ ଖେଳିବ । ଭାରତ ବନାମ ବାଲାଦେଶ ସିରିଜ୍  ୧୯ ସେପ୍ଟେମ୍ବରରୁ ୧୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଦୁଇଟି ଟେଷ୍ଟ ମ୍ୟାଚ୍‌ ଚେନ୍ନାଇ ଏବଂ କାନପୁରରେ ଖେଳାଯିବ। ୬ରୁ ୧୨ ଅକ୍ଟୋବର ମଧ୍ୟରେ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଏହି ୩ଟି ମ୍ୟାଚ୍‌ ଧର୍ମଶାଳା, ଦିଲ୍ଲୀ ଏବଂ ହାଇଦ୍ରାବାଦରେ ଖେଳାଯିବ ।

ନ୍ୟୁଜିଲାଣ୍ଡ

ବାଂଲାଦେଶ ବିପକ୍ଷ ସିରିଜ୍‌ ଶେଷ ହେବାର ୪ ଦିନ ପରେ ନ୍ୟୁଜିଲାଣ୍ଡ ସହ ୩ଟି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବ ଭାରତ । କିଓ୍ବି ଟିମ୍‌ ୧୬ ଅକ୍ଟୋବରରୁ ୧ ଡିସେମ୍ବର ପର୍ଯ୍ୟନ୍ତ ଭାରତ ସହ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ବେଙ୍ଗାଲୁରୁ, ପୁଣେ ଏବଂ ମୁମ୍ବାଇରେ ଖେଳାଯିବ ।

ଇଂଲଣ୍ଡ

୨୦୨୫ ଅର୍ଥାତ ନୂଆବର୍ଷ ଆରମ୍ଭରୁ ଇଂଲଣ୍ଡ ସହ ମୁହାଁମୁହିଁ ହେବ ଭାରତ । ଜାନୁଆରୀ ୨୨ରୁ ଫେବୃଆରୀ ୧୨ ପର୍ଯ୍ୟନ୍ତ ଭାରତରେ ରହିବ ଇଂଲଣ୍ଡ କ୍ରିକେଟ ଟିମ୍ ।ପ୍ରାୟ ୩ ସପ୍ତାହ ମଧ୍ୟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ । ୮ଟି ମ୍ୟାଚ୍‌ ଭାରତର ୮ଟି ଷ୍ଟାଡିୟମରେ ଖେଳାଯିବ ।

ବାଂଲାଦେଶର ଭାରତ ଗସ୍ତ(୨୦୨୪)

ସେପ୍ଟେମ୍ବର ୧୯ରୁ୨୪- ପ୍ରଥମ ଟେଷ୍ଟ, ଚେନ୍ନାଇ

ସେପ୍ଟେମ୍ବର ୨୭ରୁ ଅକ୍ଟୋବର- ଦ୍ଵିତୀୟ ଟେଷ୍ଟ,  କାନପୁର

ଅକ୍ଟୋବର ୬- ପ୍ରଥମ ଟି-୨୦, ଧର୍ମଶାଳା

ଅକ୍ଟୋବର ୯- ଦ୍ଵିତୀୟ ଟି-୨୦, ଦିଲ୍ଲୀ

ଅକ୍ଟୋବର ୧୨- ତୃତୀୟ ଟି-୨୦, ହାଇଦ୍ରାବାଦ

ନ୍ୟୁଜିଲାଣ୍ଡର ଭାରତ ଗସ୍ତ(୨୦୨୪)

ଅକ୍ଟୋବର ୧୬ରୁ ୨୦- ପ୍ରଥମ ଟେଷ୍ଟ, ବେଙ୍ଗାଲୁରୁ

ଅକ୍ଟୋବର ୨୪ରୁ ୨୮- ଦ୍ଵିତୀୟ ଟେଷ୍ଟ, ପୁଣେ

ନଭେମ୍ବର ୧ରୁ ୫- ତୃତୀୟ ଟେଷ୍ଟ, ମୁମ୍ବାଇ

ଇଂଲଣ୍ଡର ଭାରତ ଗସ୍ତ(୨୦୨୫)

ଜାନୁଆରୀ ୨୨- ପ୍ରଥମ ଟି-୨୦, ଚେନ୍ନାଇ

ଜାନୁଆରୀ ୨୫- ଦ୍ଵିତୀୟ ଟି-୨୦, କୋଲକାତା

ଜାନୁଆରୀ ୨୮- ତୃତୀୟ ଟି-୨୦, ରାଜକୋଟ

ଜାନୁଆରୀ ୩୧- ଚତୁର୍ଥ ଟି-୨୦, ପୁଣେ

ଫେବୃଆରୀ ୨- ପଞ୍ଚମ ଟି-୨୦, ମୁମ୍ବାଇ

ଫେବୃଆରୀ ୬- ପ୍ରଥମ ଦିନିକିଆ, ନାଗପୁର

ଫେବୃଆରୀ ୯- ଦ୍ଵିତୀୟ ଦିନିକିଆ, କଟକ

ଫେବୃଆରୀ ୧୨- ତୃତୀୟ ଦିନିକିଆ, ଅହମ୍ମଦାବାଦ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.