ନୂଆଦିଲ୍ଲୀ ୧୫।୦୧: ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଶିଳାଜିତ । ଥକାପଣ ଦୂର କରି ଶରୀରକୁ ଶକ୍ତି ଯୋଗାଇଥାଏ ଶିଳାଜିତ । ଶୀତଦିନେ ଶିଳାଜିତ ଖାଇବା ବହୁତ ଲାଭଦାୟକ ବୋଲି ଡାକ୍ତରମାନେ ଦେଇଥାନ୍ତି ପରାମର୍ଶ । ଶିଳାଜିତର ଗରମ ପ୍ରଭାବ ଯୋଗୁଁ ଏହା ଲାଭଦାୟକ ହୋଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଭାବରେ ମଧ୍ୟ ବିବେଚନା କରାଯାଏ।
ଏହାକୁ ଖାଇବାର ରହିଛି ବହୁତ ଲାଭ । କିନ୍ତୁ ଏହି ଶିଳାଜିତ ଅନେକଙ୍କ ପାଇଁ ହୋଇପାରେ ଘାତକ । କିଛି ରୋଗରେ ପୀଡିତ ରୋଗୀମାନେ ଶିଳାଜିତ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଶିଳାଜିତକୁ ଇମ୍ୟୁନିଟ୍ ବୁଷ୍ଟର କୁହାଯାଏ । କିନ୍ତୁ ଯଦି ଆପଣ ହାଇ ବ୍ଲଡପ୍ଲେସର ରୋଗୀ ତେବେ ଶିଳାଜିତ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
ହେମୋକ୍ରୋମାଟୋସିସ୍ ଏକ ରୋଗ ଯେଉଁଥିରେ ଶରୀରରେ ଆଇରନ୍ର ସ୍ତର ବହୁତ ବୃଦ୍ଧି ପାଏ। ଏହି ରୋଗରେ ପୀଡିତ ରୋଗୀମାନେ ଶିଳାଜିତ ଖାଇବା ଉଚିତ୍ ନୁହେଁ। ଯଦି ଆପଣଙ୍କର ନିକଟରେ କୌଣସି ହୃଦଘାତ ଅସ୍ତ୍ରୋପଚାର ହୋଇଛି, ତେବେ ଶିଳାଜିତ୍ ଖାଇବା ପୂର୍ବରୁ ପରାମର୍ଶ ନେବା ଗୁରୁତ୍ୱପୂର୍ଣ୍ଣ ଅଟେ।
ଶିଳାଜିତ୍କୁ କ୍ଷୀର ସହିତ ସେବନ କରିବା ହିଁ ଉଚିତ୍ ଉପାୟ । ଗୋଟିଏ ଦିନରେ ଅତିବେଶୀରେ ୩୦୦ମିଲିଗ୍ରାମରୁ ଅଧିକ ଶିଳାଜିତ୍ ଖାଆନ୍ତୁନି । ନଚେତ ଏହା ସ୍ବାସ୍ଥ୍ୟ ପାଇଁ ହୋଇପାରେ ହାନିକାରକ ।