ନୂଆଦିଲ୍ଲୀ ୨୬/୦୫: କଦଳୀ ଖାଇବା ପାଇଁ ସମସ୍ତେ ଭଲ ପାଇଥାନ୍ତି, ସେ କଞ୍ଚା ହେଉ ଅବା ପାଚିଲା । ପାଚିଲା ଖଦଳୀ ପରି କଞ୍ଚା କଦଳୀ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, ଯଦି ଆପଣ ଏହାକୁ ପ୍ରତିଦିନ ଖାଆନ୍ତି, ତେବେ ଅନେକ ରୋଗରୁ ଆପଣ ରକ୍ଷା ପାଇପାରିବେ । ଚାଲନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…
{"width":684,"height":484}-ଏଥିରେ ବହୁ ପରିମାଣର ପୋଟାସିୟମ୍ ରହିଥାଏ । ଯାହା ଗଣ୍ଠି ଜନିତ ସମସ୍ୟା ଦୁର କରିଥାଏ ।
-କଞ୍ଚା କଦଳୀ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟର ସମସ୍ୟା ମଧ୍ୟ ଦୂର ହୋଇଥାଏ ।
-କଞ୍ଚା କଦଳୀ ଅନ୍ତନଳୀକୁ ସଫା କରିଥାଏ । ଏହା ଦ୍ୱାରା ଗଚ୍ଛିତ ଥିବା ମଳ ବାହାରିଯାଇଥାଏ । ଏହା ଶରୀରରେ ଖାଦ୍ୟ ସୃଷ୍ଟି କରିଥାଏ ।
- ଏଥିରେ ଅଧିକ ପରିମାଣର କ୍ୟାଲସିୟମ୍ ରହିଥାଏ । ଯାହା ହାଡକୁ ମଧ୍ୟ ମଜବୁତ କରିଥାଏ ।
-ଏଥିରେ ପୋଟାସିୟମ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ । ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନଙ୍କର ଅଧିକ ଭୋକିଲା ଅନୁଭବ କରିବାର ସମସ୍ୟା ଅଛି, ସେମାନେ ମଧ୍ୟ କଞ୍ଚା କଦଳୀ ଖାଇବା ଉଚିତ୍ । ଏହା ପେଟକୁ ପୂର୍ଣ୍ଣ ରଖିଥାଏ ଏବଂ ଅଧିକ ସମୟ ଭୋକ ଲାଗିବାକୁ ଦେଇନଥାଏ ।