ସମ୍ଭାବ୍ୟ ବାତ୍ୟା ନେଇ ତତ୍ପର ଭଦ୍ରକ ପ୍ରଶାସନ, ଜିଲ୍ଲାର ସବୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | October 22, 2024 IST

ଭଦ୍ରକ ୨୨।୧୦ : ସମ୍ଭାବ୍ୟ ବାତ୍ୟା ନେଇ ତତ୍ପର ପ୍ରଶାସନ। ଭଦ୍ରକ ଜିଲ୍ଲାରେ ଥିବା ୧୦୫ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଏପିରିକି ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରାଗଲେ ଏଠାରେ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଚାୟତ ଗୁଡ଼ିକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରୁ ସମୁଦ୍ରକୁ ଯାଇଥିବା ୯୧୧ଟି ମାଛ ଧରା ବୋଟ ଗୁଡ଼ିକ ଫେରିଆସିଛନ୍ତି । ତେବେ NDRF ଓ ODRAF ଟିମ୍‌ ମୃତୟନ ନେଇ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାପରେ ଏହା ସଂଧ୍ୟା ସୁଦ୍ଧା ଗଭୀର ଅବପାତର ରୂପ ନେବ । ବୁଧବାର ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବ । ଆଉ ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ । ପୁରୀରୁ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଯାହାର ପ୍ରଭାବର ୨୩ରୁ ୨୬ ଯାଏଁ ବର୍ଷା ନେଇ ନେଇ ଅନୁମାନ କରାଯାଇଛି । ୧୮ ଜିଲ୍ଲାରୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ଏପିରିକି ଏହି ୧୮ ଜିଲ୍ଲାର ସ୍କୁଲକୁ ମଧ୍ୟ ବନ୍ଦ କରାଯାଇଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.