ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ ରେ ଏହାର ଇଲେକ୍ଟ୍ରିକ୍ ସ୍କୁଟର Activa-E ଏବଂ QC1 ଲଞ୍ଚ କରିଛି। ଆକ୍ଟିଭା-ଇର ପ୍ରାରମ୍ଭିକ ଏକ୍ସ ଶୋ ରୁମ ମୂଲ୍ୟ ୧.୧୭ ଲକ୍ଷ ଟଙ୍କା ରଖା ଯାଇଥିବା ବେଳେ QC1 ର ମୂଲ୍ୟ ଏକ୍ସ-ଶୋରୁମ୍ ମୂଲ୍ୟ ୯୦,ହଜାର ଟଙ୍କା ରଖା ଯାଇଛି।
ଇ-କାର ପ୍ରଡକ୍ସନ ପରେ ଏହା କମ୍ପାନୀର ପ୍ରଥମ ଇ-ଲେକ୍ଟ୍ରିକ ଟୁହ୍ୱିଲର। ଏହି ଦୁଇଟି ସ୍କୁଟରର ବୁକିଂ ପୂର୍ବରୁ ଆରମ୍ଭ ହୋଇ ସାରିଛି। ଆପଣ ଚାହିଁଲେ ମାତ୍ର ଏକ ହଜାର ଟଙ୍କା ଟୋକନ୍ ଦେଇ ଦୁଇ ବାଇକ୍ ବୁକ୍ କରିପାରିବେ। ନଭେମ୍ବର-୨୦୨୪ କମ୍ପାନୀ ଦୁଇଟି ଇ-ବାଇକ ଭାରତରେ ଆରମ୍ଭ ହୋଇଥିବା ବଳେ ଫେବୃଆରୀରେ ଏହାର ଡେଲିଭରି ଆରମ୍ଭ ହେବ। ଓଲାର ଏସ-୧ ସିରିଜକୁ ଟକ୍କର ଦେବାକୁ ହୋଣ୍ଡା ଏହି କାର୍ ଲଞ୍ଚ କରିଛି।
ହୋଣ୍ଡା ଆକ୍ଟିଭା ଇ ଏବଂ QC1ର ମୂଲ୍ୟ
ହୋଣ୍ଡା ଆକ୍ଟିଭା-ଇ ୧,୧୭,୦୦୦(ଏକ୍ସ ଶୋ ରୁମ ମୂଲ୍ୟ)
ହୋଣ୍ଡା ଆକ୍ଟିଭା + ହୋଣ୍ଡା ରୋଡସିଙ୍କ୍ ଡୁଓ ୧,୫୧,୬୦୦ ଟଙ୍କା(ଏକ୍ସ ଶୋ ରୁମ ମୂଲ୍ୟ)
ହୋଣ୍ଡା QC1 - ୯୦,୦୦୦(ଏକ୍ସ ଶୋ ରୁମ ମୂଲ୍ୟ)
ଆକ୍ଟିଭା-ଇରେ ଏକ ସ୍ୱାପେବଲ୍(ଖୋଲି ବଦଳାଇଲା ଭଳି ସୁବିଧା) ବ୍ୟାଟେରୀ ବିକଳ୍ପ ଦିଆଯାଇଛି। ଏବଂ QC1ରେ ଏକ ଫିକ୍ସ୍ଡ ବ୍ୟାଟେରୀ ପ୍ୟାକ୍ ବିକଳ୍ପ ଅଛି। ଆକ୍ଟିଭା-ଇର ଘଣ୍ଟାପ୍ରତି ସର୍ବାଧିକ ବେଗ ୮୦ କିଲୋମିଟର ରହିଥିବା ବେଳ ଫୁଲ୍ ଚାର୍ଜ କଲେ ଏହା ୧୦୨ କିଲୋମିଟର ଚାଲିବ। ସେହିପରି QC1 ଫୁଲ ଚାର୍ଜ ହେଲେ୮୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଏହାର ଟପ୍ ସ୍ପିଡ୍ ଘଣ୍ଟାକୁ ୫୦ କିଲୋମିଟର।
ଏଥିସହିତ କମ୍ପାନୀ ହୋଣ୍ଡା ୩ ବର୍ଷ / ୫୦ ହଜାର କିଲୋମିଟର ୱାରେଣ୍ଟି, ତିନୋଟି ମାଗଣା ସର୍ଭିସ୍ ଏବଂ ମାଗଣା ରୋଡ୍ସାଇଟ୍ ଆସିଷ୍ଟାଣ୍ଟ ଦେଉଛି। ଏହି ୱାରେଣ୍ଟି ଅଫର ପ୍ରଥମ ବର୍ଷରେ ଇଭି କ୍ରୟ କରୁଥିବା ଲୋକଙ୍କ ପାଇଁ ଉପଲବ୍ଧ।