ଭୋଲେ ବାବା…ଦିନେ ଯୌନ ଶୋଷଣ ମାମଲାରେ ପୋଲିସ ଚାକିରିରୁ ହୋଇଥିଲେ ବରଖାସ୍ତ

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ ୦୪।୦୭: ହାଥରସ ସତ୍‌ସଙ୍ଗରେ ଦଳାଚକଟାରେ ଚାଲିଗଲା ୧୨୧ ଜଣଙ୍କ ଜୀବନ । ଏହି ସତ୍‌ସଙ୍ଗକୁ ନାରାୟଣ ସାକାର ହରି ଓରଫ ଭୋଲେ ବାବା ଆୟୋଜନ କରିଥିଲେ । ଅଘଟଣ ପରେ ଭୋଲେ ବାବା ଫେରାର ହୋଇଯାଇଛନ୍ତି । ଗିରଫ ଲାଗି ପୋଲିସର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଏହି ଭୟଙ୍କର ଅଘଟଣ ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । 

ଭୋଲେ ବାବା ପୂର୍ବରୁ ନାରାୟଣ ସାକାର ହରି ଉତ୍ତରପ୍ରଦେଶ ପୋଲିସରେ ସିପାହୀ ଭାବେ କାମ କରୁଥିଲେ । ହେଲେ ପରବର୍ତ୍ତୀ ସମୟରେ ନାରାୟଣ ସାକାର ହରିଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ ଆସିଥିଲା। ଯାହାପରେ ତାଙ୍କୁ ପୋଲିସ ଚାକିରିରୁ ବରଖାସ୍ତ କରାଯାଇଥିଲା । ହେଲେ ଭୋଲେ ବାବା ନିଜ ଭକ୍ତଙ୍କୁ ସତ୍‌ସଙ୍ଗରେ କହିଆସୁଥିଲେ କି, ସେ ପୋଲିସ ଚାକିରି କରୁଥିଲେ। ଆଉ କିଛି ଦିନ ପରେ ଚାକିରିରୁ ସେବା ନିବୃତ ନେଇଥିଲେ । ଏପିରିକି ସେ ନିଜକୁ ଜଣେ ଆଇବିର ପୂର୍ବତନ ଅଧିକାରୀ ଭାବେ କହିଆସୁଥିଲେ । 

ସୂଚନାଯୋଗ୍ୟ ଯେ, ୟୁପି ହାଥରସ୍‌ର ଭୋଲେ ବାବା ଓରଫ୍‌ ନାରାୟଣ ସାକାର ହରି। ସେ ଏଟା ଜିଲ୍ଲା ପଟୟାଲି ତହସିଲ ବାହାଦୂର ନଗରୀର ବାସିନ୍ଦା। ପୋଲିସ ଚାକିରିରୁ ବିଦା ପରେ ଆଧ୍ୟାତ୍ମିକ ଦିଗରେ କାମ କରିଥିଲେ । ଆଉ ନାମ ବଦଳାଇ ରଖିଥିଲେ ବିଶ୍ୱହରି। ଆଉ ଭୋଲେ ବାବା ବୋଲି ଡାକନ୍ତି ତାଙ୍କ ଅନୁଗାମୀ। ଭୋଲେ ବାବା ଯାଦବ ହୋଇଥିବା ବେଳେ ପଶ୍ଚିମ ଉତ୍ତରପ୍ରଦେଶ, ହରିଆଣା, ରାଜସ୍ଥାନ, ଦିଲ୍ଲୀ ଓ ଉତ୍ତରାଖଣ୍ଡରେ ଅଛନ୍ତି ତାଙ୍କର ଅନେକ ସଂଖ୍ୟାରେ ଅନୁଗାମୀ। ତାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ସମେତ ଅନେକ ମାମଲା। ରାଜନେତାଙ୍କ ସହିତ ମଧ୍ୟ ତାଙ୍କର ରହିଛି ସଂପୃକ୍ତି। ବେଳେବେଳେ ତାଙ୍କ ସହିତ ମଞ୍ଚରେ ଉତ୍ତରପ୍ରଦେଶର ବଡ଼ ନେତାଙ୍କୁ ବି ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସାମିଲ। ବାବାଙ୍କ ପାଖରେ ଅନେକ ଦାମୀ ଓ ସୌଖୀନ କାର ରହିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.