ଯୁବତୀଙ୍କୁ ସୋସିଆଲ ମିଡ଼ିଆରେ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ, କଟକରୁ ବିହାର ଯୁବକ ଗିରଫ

Published By : Prameya-News7 Bureau | November 08, 2024 IST

ଭୁବନେଶ୍ବର ୮।୧୧: ଭୁବନେଶ୍ବରରେ ଲଭ୍‌ ଜିହାଦ୍‌ । ଧରାପଡ଼ିଲେ ବିହାରର ଯୁବକ । କାଶ୍ମୀରରେ କରୁଥିଲେ ଚାକିରି । ଯୁବତୀଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଯୁବକ ମହିଳା ଥାନାରେ ଅଟକ ।

ସୂଚନାଯୋଗ୍ୟ ଯେ, ଯୁବତୀଙ୍କୁ ସୋସିଆଲ ମିଡ଼ିଆ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ କରୁଥିଲେ ଯୁବକ । ଅଭିଯୁକ୍ତ ସମୀର ମନସୁର ସୋସିଆଲ ମିଡ଼ିଆରେ ଯୁବତୀଙ୍କ ସହ ବନ୍ଧୁତା ସୃଷ୍ଟି କରିଥିଲା । ବନ୍ଧୁତା ପରେ ଯୁବତୀଙ୍କ ଫଟୋ ନେଇ ବ୍ଲାକମେଲିଂ କରୁଥିଲା । ସୋସିଆଲ ମିଡ଼ିଆରେ ଫଟୋକୁ ଅଶ୍ଲୀଳ କରି ପୋଷ୍ଟ କରି ଟଙ୍କା ମାଗୁଥିଲା । 

ଏମିତିକି ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଇବାକୁ ବାଧ୍ୟ କରାଇଥିଲେ ଯୁବକ । ଯୁବତୀ ରାଜି ନହେବାରୁ ତାଙ୍କୁ ପ୍ରଲୋଭିତ କରୁଥିଲେ । ଯୁବତୀ ଜଣଙ୍କ ମହିଳା ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଅଭିଯୁକ୍ତ ଯୁବକ ମହିଳା ଥାନାରେ ଅଟକ ଅଛନ୍ତି ।

You Can Read:

ଫୋନ୍ ଯୋଗେ ମହିଳା ଆରଆଇଙ୍କୁ ଗାଳି କଲେ ତହସିଲଦାର ! ଅସୁସ୍ଥ ହୋଇ ହୋଇ ମେଡିକାଲରେ ଭର୍ତ୍ତି ହେଲେ RI

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.