କିଏ ହେବେ ବିରୋଧୀ ଦଳ ନେତା ? ୧୯ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

Published By : Prameya-News7 Bureau | June 17, 2024 IST

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ବସିବାକୁ ଯାଉଛି ବିଜେଡିର ବିଧାୟକ ଦଳ ବୈଠକ । ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ଏଥିରେ ବିରୋଧୀ ଦଳ ନେତା କିଏ ହେବେ ସେ ନେଇ ନିଷ୍ପତ୍ତି ନିଆଯିବ। 

୨୦୨୪ ବିଧାନସଭା ନିର୍ବାଚନରେ ପରାଜୟ ସହ ରାଜ୍ୟରେ ୨୪ ବର୍ଷର ବିଜେଡି ସରକାରର ପତନ ଘଟିଛି। ବିଧାନସଭା ନିର୍ବାଚନରେ ଦଳ ୫୧ଟି ସିଟ୍‌ ପାଇଥିବା ବେଳେ ବିଜେପି ୭୮ ଆସନ ଜିତି ପ୍ରଥମ ଥର ସରକାର ଗଢିଛି । ଆଗକୁ ବିଧାନସଭା ଅଧିବେଶନ ରହିଛି । ତେଣୁ ତା ପୂର୍ବରୁ ବିରୋଧୀ ଦଳ ନେତା କିଏ ହେବ ସେ ନେଇ ନିଷ୍ପତ୍ତି  ନିଆଯିବ। ଯାହାକୁ ନେଇ ଆସନ୍ତା ୧୯ ତାରିଖରେ ବସିବାକୁ ଯାଉଛି ବିଜେଡି ବିଧାୟକ ଦଳ ବୈଠକ ।  ଅପରାହ୍ନ ୪ଟା ୩୦ ମିନିଟରେ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ l 

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହୁଅନ୍ତୁ ବୋଲି ବିଜେଡିର ବିଧାୟକ ଏବଂ ନେତାମାନେ ଦାବି କରି ଆସୁଛନ୍ତି। ନେତାଙ୍କ ମତରେ ନବୀନ ବାବୁ ଏହି ଦାୟିତ୍ଵ ତୁଲାଇ ଦଳକୁ ଆଗକୁ ନିଅନ୍ତୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.