ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ; କହିଲେ, ଓଡ଼ିଶାର ବିକାଶକୁ କେହି ରୋକି ପାରିବେନି

Published By : Prameya-News7 Bureau | April 01, 2025 IST

ଭୁବନେଶ୍ୱର: ଏପ୍ରିଲ୍ ୧, ଉତ୍କଳ ଦିବସ। ଦେଶର ପ୍ରଥମ ଭାଷା ଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଜନ୍ମଲାଭ କରିଥିଲା ଓଡ଼ିଶା। ଆଜିର ଏଭଳି ଏକ ପବିତ୍ର ଦିନରେ ଅନେକ ନେତା ମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା। ଏହି କ୍ରମରେ ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଉତ୍କଳ ଦିବସ ଅବସରରେ ନିଜର ଅଭିଭାଷଣ ରଖିଛନ୍ତି। 


ଜୟ ଜଗନ୍ନାଥ ଓ ନମସ୍କାର ସହ ଆରମ୍ଭ କରିଛନ୍ତି ଭାଷଣ। ସେ କହିଛନ୍ତି, ଆଜି ଓଡ଼ିଶା ଦିବସ।  ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ଦିବସ।  ସମସ୍ତଙ୍କୁ ଅଭିନନ୍ଦନ।  ଏହି ଦିବସରେ ଉତ୍କଳ ଗୌରବ ମଧୁସୂଦନ ଦାସ, କୃଷ୍ଣ ଚନ୍ଦ୍ର ଗଜପତି, ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପରି ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି। ସ୍ୱତନ୍ତ୍ର ପ୍ରଦେଶ ଭାରତ ଇତିହାସର ଗୌରବମୟ ଦିନ।  ଦେଶରେ ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ। 

ଦେଶର ବିକାଶ ଯାତ୍ରାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହି ଆସିଛି। ନୂଆ ପରିଚୟ ମିଳିଛି।  ଦେଶ ବିଦେଶରେ ନୂଆ ପରିଚୟ ସୃଷ୍ଟି କରୁଛନ୍ତି ଓଡ଼ିଆ। ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ ଥିଲା। ଗରିବ ୭୦% ରୁ ୧୦%କୁ ଖସିଛି।  ଓଡ଼ିଶାର ବିକାଶକୁ କେହି ରୋକି ପାରିବେ ନାହିଁ।  ଆଉ ଅଳ୍ପ କିଛି ବର୍ଷ ପରେ ଆମେ ସ୍ୱତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା। ବିଜୁ ବାବୁଙ୍କ ସ୍ବପ୍ନ ଥିଲା ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବା।  ସମସ୍ତଙ୍କ ସହଯୋଗ ରହିଲେ ଏ ସ୍ୱପ୍ନ ପୂରଣ ହେବ।  

ନବୀନ ଆହୁରି କହିଛନ୍ତି, ଉତ୍କଳ ଦିବସ ଅବସରରେ ଦେବୀ ପ୍ରସନ୍ନ ପଟ୍ଟନାୟକ, ଦିନେଶ ଷଡ଼ଙ୍ଗୀ, ମମତା ରାଉତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି।  ଆଉ ଆପଣମାନଙ୍କୁ ସମ୍ବର୍ଦ୍ଧିତ କରି ଆମେ ଗର୍ବିତ।  ଆସନ୍ତୁ ଗର୍ବରେ କହିବା ଆମେ ଓଡ଼ିଆ। ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.