ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ କିପରି ? ବରିଷ୍ଠ ବିଜେପି ନେତାଙ୍କ ହେଲ୍‌ଥ ବୁଲେଟିନ୍ ଜାରି କଲା ହସ୍ପିଟାଲ୍

Published By : Prameya-News7 Bureau | December 14, 2024 IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁକ୍ରବାର ରାତିରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ କିଛି ସପ୍ତାହର ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ଶନିବାର ହସ୍ପିଟାଲ୍ ପକ୍ଷରୁ ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟକୁ ନେଇ ବୁଲେଟିନ୍ ଜାରି କରାଯାଇଛି ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁସାରେ, ଆଡଭାନୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଡାକ୍ତର ଭିନୀତ ସୁରୀଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆପୋଲୋ ହସ୍ପିଟାଲ୍ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଚଳିତ ବର୍ଷ ଜୁଲାଇ ୪ରେ ଲାଲକୃଷ୍ଣ ଆଡଭାନୀଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାର କିଛି ଦିନ ପୂର୍ବରୁ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ହୋଇଥିଲା । ଏହାପରେ ଅଗଷ୍ଟ ୬ରେ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହା ରୁଟିନ ଚେକଅପ୍ ଥିବା ଝିଅ ପ୍ରତିଭା ଆଡ଼ଭାନୀ ସୂଚନା ଦେଇଥିଲେ ।

ବରିଷ୍ଠର ସବୁଠୁ ବଡ଼ ଚେହେରା ମଧ୍ୟରେ ଥିବା ଆଡଭାନୀ ୨୦୦୨ରୁ ୨୦୦୪ ଯାଏ ଅଟଳ ବିହାରୀ ବାଜପେୟୀ ସରକାରରେ ଉପପ୍ରଧାନମନ୍ତ୍ରୀ ଥିଲେ । ୨୦୧୫ରେ ଆଡଭାନୀଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା । ୨୦୨୪ରେ ତାଙ୍କୁ ମୋଦୀ ସରକାର ଭାରତ ରତ୍ନରେ ସମ୍ମାନିତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.