ପୁଅ କଥା ଭାବି ଭାବୁକ ହେଲେ ଶିଖର ଧଓ୍ୱନ, କହିଲେ ଦୀର୍ଘ ବର୍ଷ ହେବ ଆଖିରେ ଦେଖିନି...

Published By : Prameya-News7 Bureau | February 17, 2025 IST

ନୂଆଦିଲ୍ଲୀ ୧୭/୦୨: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର ଶିଖର ଧୱନ । ଅନ୍ତର୍ଜାତୀୟ କ୍ରିକେଟରୁ ନେଇ ସାରିଛନ୍ତି ଅବସର । କ୍ରିକେଟରେ ତାଙ୍କର ଚମତ୍କାର ପ୍ରଦର୍ଶନ ସରିଛି । ଯେତିକି ସେ ତାଙ୍କ ଖେଳକୁ ନେଇ ଚର୍ଚ୍ଚିତ ସେତିକି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚିତ । କାରଣ ଦୀର୍ଘଦିନ ଧରି ଏକୁଟିଆ ଜୀବନ କାଟୁଛନ୍ତି ଶିଖର । ପତ୍ନୀ ଆୟଶା ମୁଖାର୍ଜୀଙ୍କୁ ଠାରୁ ଅଲଗା ହୋଇ କାଟୁଛନ୍ତି ନିସଙ୍ଗ ଜୀବନ । 

ଏମିତିକି ନିଜ ପିଲା ପାଖରୁ ବି ସେ ଦୂରରେ । ଗତ ଦେଢ ବର୍ଷ ହେବ ସେ ତାଙ୍କ ପୁଅକୁ ପାଖରୁ ଦେଖିନାହାଁନ୍ତି । ସୋସିଆଲ ମିଡିଆରେ ବଖାଣିଛନ୍ତି ନିଜର ମନ କଥା । କହିବାକୁ ଗଲେ ସେପ୍ଟେମ୍ବର ୨୦୨୧ରେ ଅଲଗା ହୋଇଥିଲେ ଆୟଶା ମୁଖାର୍ଜୀ, ଶିଖର ଧୱନ । ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ବି ଅଛି । ଯାହାର ନା ଜୋରାବର । ସେ କହିଛନ୍ତି ମୋ ପୁଅ କଥା ଭାରି ମନେ ପଡୁଛି.. ସେ ମୋ ଠୁ ଦୂରରେ ଅଛି.. ଦେଢ ବର୍ଷ ହେଲା ତାକୁ ଦେଖିନି..  ଯଦି କେବେ ଦେଖା ହୁଏ ତାକୁ ମୁଁ ଛାତିରେ ଜାବୁଡି ଧରିବି.. । ପୁଅ କଥା ମନେପକାଇ ଭାବୁକ ହେଲେ ଶିଖର ଧୱନ । 

ଜୋରାବର ଏବେ ଶିଖରଙ୍କ ପତ୍ନୀଙ୍କ ସହ ଅଷ୍ଟ୍ରେଲିଆରେ ରହୁଛନ୍ତି । ଅକ୍ଟୋବର ୨୦୨୩ରେ କୋର୍ଟ ପରସ୍ପରଙ୍କୁ ଛାଡପତ୍ର ନେବା ପାଇଁ ମଞ୍ଜୁରୀ ଦେଇଥିଲେ । ସେତେବେଳେ  ଅଷ୍ଟ୍ରେଲିଆରେ ରହୁଥିବା ଆୟଶାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ପୁଅ ଜୋରାବରକୁ ଧଓ୍ୱନ ଏବଂ ତାଙ୍କ ପରିବାର ସହ ସାକ୍ଷାତ କରିବା ପାଇଁ ଭାରତ ଆଣିବାକୁ । କିନ୍ତୁ ଏପର୍ଯ୍ୟନ୍ତ ଧୱନ ତାଙ୍କ ପୁଅକୁ ଭେଟି ପାରୁନାହାଁନ୍ତି । ଏବେ ପୁଅ ଜୋରାବରକୁ ମନେ ପକାଇ ଭାବୁକ ହୋଇଛନ୍ତି ବାପା ଶିଖର ଧଓ୍ୱନ । 

ନିକଟରେ ଗୋଟିଏ ସାକ୍ଷାତକାରରେ ଧଓ୍ୱନ କହିଛନ୍ତି ମୋ ପୁଅ ଏବେ ୧୧ ବର୍ଷର ହୋଇଗଲାଣି । କିନ୍ତୁ ମୁଁ ତାକୁ ଅଢେଇ ବର୍ଷ ହେବ ଦେଖି ନାହିଁ।  ମୋତେ ସବୁଥିରୁ ବ୍ଲକ କରିଦେଇଛନ୍ତି ଆୟଶା । ତେଣୁ ପୁଅକୁ ଭର୍ଚୁଆଲି ମଧ୍ୟ ଦେଖିପାରୁନି । ଏପରି ଦୁଃଖ ପ୍ରକଶ କରି କହିଛନ୍ତି ଧୱନ । ଗତ ଡିସେମ୍ବରରେ ପୁଅ ଜୋରାବରର ଜନ୍ମ ଦିନ ଥିଲା । ସେହିସମୟରେ  ଶିଖର ଧୱନ ସୋସିଆଲ ମିଡିଆରରେ ଏକ ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟରେ ସେ ଲେଖିଥିଲେ ଦୂରତା ଯେତେ ବି ଥାଉ.. ପୂର୍ବ ଭଳି ଆମ ସାକ୍ଷାତ ହୋଇନପାରୁ କିନ୍ତୁ ମୋ ହୃଦୟରେ  ତୁମେ ସବୁବେଳେ ରହିବ ଜୋରା .. 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.