ସାଲେପୁର 01/04: ଲେଖକ ତଥା ଅଧ୍ୟାପକ ଡକ୍ଟର ସତ୍ୟାନନ୍ଦ ସ୍ୱାଇଁଙ୍କ ଲିଖିତ ପୁସ୍ତକ "ମହିମା ଧର୍ମ: ଦର୍ଶନ ଓ ସାହିତ୍ୟ" ଉନ୍ମୋଚିତ ହୋଇଯାଇଛି । ଇଚ୍ଛାପୁରରେ ନିଜ ଗାଁରେ ଗାଁ ଲୋକଙ୍କ ଗହଣରେ ନିଆରା ଢଙ୍ଗ ଏବଂ ନିଆରା ଚିନ୍ତାଧାରା ନେଇ ପୁସ୍ତକ ଉନ୍ମୋଚନ କରିଥିଲେ ଶ୍ରୀଯୁକ୍ତ ସତ୍ୟାନନ୍ଦ ସ୍ୱାଇଁ ।
ଆୟୋଜିତ ସଭାରେ ଅତିଥି ଭାବେ ପ୍ରାଧ୍ୟ୍ୟପକ ଅକ୍ଷୟ କୁମାର ଦାସ, ମହିମା ସମାଜ ସମ୍ପାଦକ ସାଧୁ ନିତ୍ୟାନନ୍ଦ ଦାସ, ବରିଷ୍ଠ ସନ୍ଥ ଅନ୍ତର୍ଯ୍ୟାମୀ ଦାସ, ପଦ୍ମନାଭ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନେକ ମହିମା ସାଧୁ ଯୋଗଦେଇ କାର୍ଯ୍ୟକ୍ରମକୁ ଆହୁରି ଆନନ୍ଦମୟ କରିଥିଲେ। ମହିମା ଧର୍ମ ସତ୍ୟ ଏବଂ ନ୍ୟାୟର ପ୍ରତୀକ। ମନୁଷ୍ୟ ଜଗତ ନ୍ୟାୟ ଆଧାରରେ ଚାଲି କେମିତି ଜୀବନରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ ସେନେଇ ଲେଖକ ସଭାରେ ଆଲୋଚନା କରିବା ସହିତ ବିଶ୍ଵ ମଙ୍ଗଳରେ ପ୍ରତ୍ୟେକ ଲୋକଙ୍କ ଯୋଗଦାନ କାମନା କରିଥିଲେ ମହିମା ସାଧୁ।
ମହିମା ଦର୍ଶନ ଜୀବନକୁ ସରଳ କରେ ଏବଂ ଶାନ୍ତି ପଥକୁ ଆପଣେଇବାକୁ ଆହ୍ୱାନ କରେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଶତାଧିକ ଲୋକ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।