ଲିଫ୍ଟ ଭିତରେ ଅଧ ଘଣ୍ଟା ଧରି ଫସିରହିଲେ କନିଆଁ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

Published By : Prameya-News7 Bureau | May 30, 2023 IST

ନୂଆଦିଲ୍ଲୀ, ୩୦/୦୫: ବିବାହ ମଣ୍ଡପକୁ ଯିବାବେଳେ ଲିଫ୍ଟରେ ଫସିଗଲେ କନିଆଁ। ଏଭଳି ଏକ ଘଟଣା ସୋମବାର ମହାରାଷ୍ଟ୍ରର ଭାୟାନ୍ଦରରେ ଦେଖିବାକୁ ମିଳିଛି। କନିଆ ଜଣକ ଲିଫ୍ଟରେ ପ୍ରାୟ ଅଧଘଣ୍ଟା ଧରି ଫସିରହିଥିଲେ। ତାଙ୍କ ସହ ତାଙ୍କ ପରିବାର ସଦସ୍ୟ ଏବଂ ଦୁଇ ଛୋଟ ପିଲା ମଧ୍ୟ ରହିଥିଲେ। ତେବେ ସମସ୍ତଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଲିଫ୍ଟରେ ସେମାନେ ଶ୍ବାସରୁଦ୍ଧ ହୋଇପଡ଼ିଥିଲେ। ଏମତିକି ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁଯାୟୀ, ଭାୟାନ୍ଦର (ଓ୍ବେଷ୍ଟ)ର ରାଏ ଗ୍ରାମର ବିନାୟକ ନଗର ଠାରେ ଏହି ବିବାହ ଉତ୍ସବ ଅନୁଷ୍ଠିିତ ହୋଇଥିଲା। ବିବାହ ସୋମବାର ରାତି ୯ଟାରେ ହେବାକୁ ଧାର୍ଯ୍ୟ କରାଯାଇଥିଲା। ତେବେ ବିବାହ ସ୍ଥଳକୁ ଯିବା ପୂର୍ବରୁ କନିଆ ଜଣକ, ରହୁଥିବା ଆପାର୍ଟମେଣ୍ଟର ଗ୍ରାଉଣ୍ଡ ଫ୍ଲୋରରୁ ପ୍ରଥମ ଫ୍ଲୋରକୁ ଯିବା ପାଇଁ ଲିଫ୍ଟରେ ଚଢ଼ିଥିଲେ। ହେଲେ ଏହି ସମୟରେ ଲିଫ୍ଟ ଉଭୟ ଫ୍ଲୋର ମଧ୍ୟରେ ଅଟକି ଯାଇଥିଲା।

{"id":795214,"sizeSlug":"full","linkDestination":"none"}

ଆହୁରି ପଢ଼ନ୍ତୁ: ଦିଲ୍ଲୀ ନାବାଳିକା ହତ୍ୟା ଘଟଣା, ହିନ୍ଦୁ ପରିଚୟ ଦେଇ ପ୍ରେମ କରୁଥିଲା ଅଭିଯୁକ୍ତ ସାହିଲ୍

ସେପଟେ ଏହାକୁ ନେଇ ଭୟଭୀତ ହୋଇପଡ଼ିଥିଲେ ପରିବାର ଲୋକ, ସମସ୍ତେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚିତ୍କାର କରିବା ଆରମ୍ଭ କରିଦେଇଥିଲେ। ବାହାରେ ଥିବା ଲୋକେ ମଧ୍ୟ ଲିଫ୍ଟ ଖୋଲିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହୋଇପାରିନଥିଲେ। ଏହାପରେ ଭାୟାନ୍ଦର ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଘଟଣା ସ୍ଥଳ​ରେ ଦୁଇ ଜଣ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ ଏବଂ ପ୍ରାୟ ୨୦ ମିନିଟ୍‌ ମଧ୍ୟରେ ଲିଫ୍ଟକୁ ପ୍ରଥମ ମହଲାକୁ ଆଣିଥିଲେ। ତେବେ ଶ୍ବାସରୁଦ୍ଧ କାରଣରୁ ଲିଫ୍ଟରେ ଥିବା କନିଆଙ୍କ ପରିବାର ସଦସ୍ୟ ଏବଂ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଖରାପ ହୋଇପଡ଼ିଥିଲେ। ପରେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":795213,"sizeSlug":"full","linkDestination":"none"}

ଆହୁରି ପଢ଼ନ୍ତୁ: ଫେରାର କନ୍ୟାକୁ ବାହା ହେବାକୁ ବର କଲେ ୧୩ ଦିନ ଅପେକ୍ଷା, ଶେଷରେ ପଡିଛି ହାତଗଣ୍ଠି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.