ପ୍ରେମ କବିତା ପଢ଼ି ମୋଦୀଙ୍କୁ ତାରିଫ କଲେ, ପୁଣି ୨୦୨୪ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କଲେ ବ୍ରିଜ ଭୂଷଣ

Published By : Prameya-News7 Bureau | June 11, 2023 IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗୋଣ୍ଡାରେ ରାଲି କରି କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଅଭିଯୁକ୍ତ ଭ୍ରିଜ ଭୂଷଣ ଶରଣ ସିଂହ। ଲୋକଙ୍କୁ ସମ୍ବୋଧନ କଲା ବେଳେ ସେ ଏକ କବିତା ପଢ଼ି ରେସଲରମାନଙ୍କୁ ଟାର୍ଗେଟ୍ କରିଛନ୍ତି।

“କଭି ଅସ୍କ କଭି ଗମ, ତୋ କଭି ଜେହେର ପିଆ ଜାତା ହେ।
ତବ୍ ଯାକର ଜମାନେ ବି ଜିଆ ଜାତା ହେ।
ୟେ ମିଲା ମୁଝ୍‌କୋ ମହବତ କା ସିଲା
ବେୱଫା କହେକେ ମେରା ନାମ ଲିଆ ଜାତା ହେ।
ଇସ୍‌କୋ ରୁସୱାଇ କହେଁ ୟା ଶୋହରତ ଆପ୍‌ନୀ
ଦେବେଁ ହୋଁଠୋ ସେ ମେରା ନାମ ଲିଆ ଜାତା ହେ।”

यौन उत्‍पीड़न के आरोपों का सामना कर रहे बृजभूषण शरण सिंह का दिखा शायराना अंदाज

ପଢ଼ନ୍ତୁ -କୁସ୍ତି ଯୋଦ୍ଧାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ୍ ପାଇଁ କୋର୍ଟଙ୍କୁ ଦିଲ୍ଲୀ ପୁଲିସର ଅନୁରୋଧ

ଓଡ଼ିଆରେ ଲେଖିଲେ ପ୍ରାୟ ଏମିତି ହେବ.....

କେବେ ଲୁହ, କେବେ ଦୁଃଖ ତ କେବେ ବିଷ ପିଏ।
ତେବେ ଯାଇ ଦୁନିଆରେ ବଞ୍ଚି ହୁଏ।
ପ୍ରେମର ପ୍ରତିଦାନ ମୋତେ ଏମିତି ମିଳିଲା,
ଏଠି ଧୋକାବାଜ କହି ମୋର ନାଁ ନିଆଯାଏ।
ୟାକୁ ବଦନାମ କହିବି ନା ସମ୍ମାନ ମୋର
ଆଜି ଓଠ ଚାପି ମୋର ନାଁ ଡକାଯାଏ।

On Wrestlers' Protest, Haryana BJP's Dilemma: Feel The Pain

୨୦୨୪ ନିର୍ବାଚନ ପାଇଁ ବିଜେପି ଆୟୋଜିତ ମହାସମ୍ପର୍କ ଅଭିଜାନ୍‌ରେ ଯୋଗ  ଦେଇ ବ୍ରିଜ ଭୂଷଣ ଶରଣ ସିଂହ ଏହି କବିତା ପାଠ କରିବା ସହ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନଙ୍କୁ ଟାର୍ଗେଟ୍ କରିଥିଲେ। ଏଥିସହିତ ସେ ପୁଣିଥରେ ଉତ୍ତର ପ୍ରଦେଶ କାସେରଗଞ୍ଜ ଲୋକସଭା ଆସନରୁ ୨୦୨୪ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ପୁଣିଥରେ ବିଜେପି ବହୁମତ ପାଇ ସରକାର ଗଠନ କରିବ ବୋଲି ବ୍ରିଜ ଭୂଷଣ କହିଛନ୍ତି।

୯ ବର୍ଷର ବିଜେପିର ସଫଳତାରେ ପ୍ରଧାନମନ୍ତ୍ରୀଙ୍କୁ ତାରିଫ କରି ସେ କହିଛନ୍ତି କଂଗ୍ରେସ ସମୟରେ ଯେତିକି ଜମି ବିଦେଶୀ ଦଖଲ କରିଛନ୍ତି ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଥିଲେ ଜମି ଫେରାଇ ଆଣିଥାନ୍ତେ ବୋଲି ବ୍ରିଜ ଭୂଷଣ କହିଛନ୍ତି। ସେ କହିଛନ୍ତି ଯେ ଜବାହାର ଲାଲ ନେହରୁଙ୍କ ସମୟରେ ଭାରତର ୭୮ ହଜାର ସ୍କୋୟା କିମି ଭୂମି ପାକିସ୍ତାନ ଅକ୍ତିଆର କଲା। ୧୯୬୨ ଚୀନ ଆକ୍ରମଣ କରି ୩୩ ହଜାର ସ୍କୋୟାର କିମି ଅକ୍ତିଆର କଲା।

{"width":837,"height":471}
Wrestlers' protest: Parties exercise caution over ramifications ahead of  Lok Sabha polls | Deccan Herald

ପଢ଼ନ୍ତୁ -କୁସ୍ତି ଯୋଦ୍ଧା ଆନ୍ଦୋଳନରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିରବତା ସବୁକିଛି କହୁଛି: କପିଲ ଶିବଲ

୧୯୭୨ରେ ପାକିସ୍ତାନର ୯୨ ହଜାର ପାକିସ୍ତାନୀ ଯୁଦ୍ଧବନ୍ଧୀ ଭାରତ ପାଖିରେ ଥିଲେ। ସେତେବେ ମଜଭୁତ ପ୍ରଧାନମନ୍ତ୍ରୀ ଥିଲେ ବଦଳରେ ପାକିସ୍ତାନ ଠାରୁ ଜମି ଫେରାଇ ଅଣାଯାଇଥାନ୍ତା ଯଦି ମୋଦି ଥାନ୍ତେ ତେବେ ଏହା ନିଶ୍ଚିତ ଭାରତକୁ ଫେରିଥାନ୍ତା ବୋଲି ବ୍ରିଜ ଭୂଷଣ କହିଛନ୍ତି। ତା ସହିତ ପ୍ରଧାନମନ୍ତ୍ରୀଙ୍କ ଧାରା ୩୭୦, ରାମ ମନ୍ଦିର, ରାସ୍ତା, ମେଡିକାଲ କଲେଜ, ବିଶ୍ୱ ବିଦ୍ୟାଳୟ, ଘରୋଇ ପ୍ରତିରକ୍ଷା ବିଭାଗ ମଜଭୁତ କରିବା ନିଷ୍ପତ୍ତି ପାଇଁ ମୋଦୀଙ୍କୁ ତାରିଫ କରିଥିଲେ।

Wrestlers Protest: IOC Condemns Police Action on Wrestlers, Urges IOA to  Step In

ସୂଚନା ଥାଉକି ବ୍ରିଜ ଭୂଷଣ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣି ଦେଶର ପ୍ରତିଷ୍ଠିତ ରେସରଲମାନେ ଆନ୍ଦୋଳନ କରିଛନ୍ତି। ଜୁନ ୧୫ ତାରିଖରେ ଚାର୍ଜଶିଟ୍ ଦାଖଲ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ କୁସ୍ତିଯୋଦ୍ଧାମାନେ ସେପର୍ଯ୍ୟନ୍ତ କେବଳ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.