ସୋର ୫।୬: ଖୋଲା ଟାଟା ଏସିଇରେ ଖୋଜୁଛନ୍ତି ଆତ୍ମୀୟଙ୍କୁ l ହାୱଡାରୁ ଭୁବନେଶ୍ଵର, କଟକ, ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ଖୋଜି ଶେଷରେ ସୋରରେ ଆତ୍ମୀୟଙ୍କୁ ଖୋଜୁଛନ୍ତି l ପ୍ରବଳ ଖରାରେ ଖୋଲା ଟାଟା ଏସିଇ ଗାଡିରେ ମାମୁଁ ପୁଅ ଭାଇକୁ ଖୋଜୁଛନ୍ତି ଭାଇ l ହେଲେ କୌଣସି ଖବର ମିଳୁନି ।
{"id":798582,"width":738,"height":406,"sizeSlug":"full","linkDestination":"none"}ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣା ଦିନ ହାଓ୍ବଡା ଶଙ୍କରହାଟ ଗ୍ରାମର ସୁମିତ ମଲ୍ଲିକ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ କରମଣ୍ଡଳ ଟ୍ରେନ୍ ଯୋଗେ ଚେନ୍ନାଇ ଯାତ୍ରା କରୁଥିଲେ l ଦୁର୍ଘଟଣା ପରଠାରୁ ସେ ନିଖୋଜ ହୋଇଯାଇଛନ୍ତି l ସୁମିତଙ୍କ ମାମୁଁ ପୁଅ ଭାଇ ସଞ୍ଜୟ ଦାସ ଓ ୧୦ରୁ ଉର୍ଦ୍ଧ୍ବ ପଡୋଶୀ ଏକ ଖୋଲା ଟାଟା ଏସିଇରେ ସୁମିତକୁ ଖୋଜି ନିରାଶ ହୋପଡ଼ିଛନ୍ତି l ଖରାରେ ଖୋଲା ଟାଟା ଏସିଇରେ ଅତି ଦୟନୀୟ ଭାବେ ୫ ଶହ କିଲୋମିଟର ପଶ୍ଚିମବଙ୍ଗରୁ ଓଡ଼ିଶାରେ ଆତ୍ମୀୟଙ୍କୁ ଖୋଜିଲେନି । ଏଇଠୁ ସେଇଠୁ ଖୋଜି ନିରାଶ ହୋଇ ପଡିଛନ୍ତି । କେବେ ଭାଇକୁ ନେଇ ଫେରିବେ ଚିନ୍ତାରେ ଅଛନ୍ତି l
You Can Read :
wp:embed {"url":"https://www.prameyanews7.com/family-member-missing-in-bahanaga-train-tragedy/","type":"wp-embed","providerNameSlug":"prameya-news-7"} /wp:embed