ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ୍। ମୋଦି ୩.o ସରକାରଙ୍କ ଏହା ପୂର୍ଣ୍ଣାଙ୍ଗ ବଜେଟ୍ । ଅଷ୍ଟମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ବ୍ୟୟବରାଦ ୫୦.୬୫ ଲକ୍ଷ କୋଟି ହୋଇଛି । ତେବେ ଏହି ବଜେଟରେ ମଧ୍ୟବିତ୍ତଙ୍କ ଠାରୁ ଆରମ୍ଭ କରି ମଜଦୁରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏଥିରୁ ବାଦ୍ ପଡ଼ିନାହାନ୍ତି ଗିଗ୍ ଓ୍ବାର୍କସ ବା ଇ-ଡେଲିଭରୀ ବୟ । ପ୍ରାୟ ଏକ କୋଟି ଗିଗ ଓ୍ବାର୍କସ୍ ପାଇଁ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ବ୍ୟବସ୍ଥା ନେଇ କେନ୍ଦ୍ର ସରକାର ନେଇ ଘୋଷଣା କରିଛନ୍ତି । ଶ୍ରମିକଙ୍କୁ ପରିଚୟ ପତ୍ର:-
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ବଜେଟ୍ ଉପସ୍ଥାପନା ବେଳେ ଇ-ଡେଲିଭରୀ ବୟଙ୍କ ପାଇଁ ବଡ଼ ଘୋଷଣା କରିଥିଲେ । ପ୍ରାୟ ଏକ କୋଟି ଗିଗ୍ ଓ୍ବାର୍କସଙ୍କୁ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରାଯିବ । ଏହାଦ୍ବାରା ଇ-ଡେଲିଭରୀ ବୟଙ୍କୁ ‘ଶ୍ରମିକ ପରିଚୟ ପତ୍ର’ ମିଳିବ । ଅର୍ଥମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ, ଗିଗ୍ ଓ୍ବାର୍କସମାନେ ନ୍ୟୁ ଏଜ ସର୍ଭିସ୍ ଇକୋନୋମିକକୁ ଗତି ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଇ-ଶ୍ରମିକ ପୋର୍ଟାଲରେ ରେଜିଷ୍ଟ୍ରାସନ ବ୍ୟବସ୍ଥା କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଇ-ଶ୍ରମ ପୋର୍ଟାଲକରେ ପଞ୍ଜୀକରଣ ସହିତ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଏହି ଏକ କୋଟି ଗିଗ୍ ଓ୍ବାର୍କସଙ୍କୁ ସ୍ବାସ୍ଥ୍ୟବୀମା ଦେବାକୁ ଘୋଷଣା କରିଛନ୍ତି । ଅନଲାଇନ ପ୍ଲାଟଫର୍ମ ପାଇଁ କାମ କରୁଥିବା ଡେଲିଭରୀ ବୟଙ୍କ ପାଇଁ ସାମାଜିକ ସୁରକ୍ଷା ସ୍କିମ ମଧ୍ୟ ଘୋଷଣା କରାଯାଇଛି । କେନ୍ଦ୍ର ସରକାର ଏମାନଙ୍କ ପାଇଁ ୩୦ ହଜାର ଟଙ୍କାର UPI-ଲିଙ୍କ୍ କ୍ରେଡିଟ୍ କାର୍ଡ ଜାରି କରିଛନ୍ତି ...