ଯୁବକଙ୍କ ଅଜବ କାଣ୍ଡ, ଚଢିଗଲେ ୮୦ ଫୁଟ୍ ଟାୱାର, ୨୦ ମିନିଟ୍ ହାଇଡ୍ରାମା ପରେ ତଳକୁ ଆଣିଲା ପୋଲିସ

Published By : Prameya-News7 Bureau | February 02, 2025 IST

ଭୋପାଳ ୨/୨:  ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରୁ ହାଇଭୋଲଟେଜ ଡ୍ରାମାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା କୌଣସି ଫିଲ୍ମର ସିନ୍‌ ଠାରୁ କମ୍‌ ନୁହେଁ । ନିଶାସକ୍ତ ଜଣେ ଯୁବକ ୮୦ ଫୁଟ୍‌ ମୋବାଇଲ ଟାୱାରକୁ ଚଢିଯାଇଥିବା ଦେଖିବାକୁ ମିଳିଛି । ଲୋକ ତଳେ ଠିଆ ହୋଇ ଯୁବକଙ୍କୁ ଚଢିବାକୁ ବାରଣ କରୁଥିଲେ ମଧ୍ୟ ସେ କାହା କଥା ଶୁଣିନଥିଲେ । ଚଢି ଚଢି ପୁରା ଉପରକୁ ପଳାଇଥିଲେ । ପୋଲିସ ପହଞ୍ଚିବା ପରେ ଯୁବକଙ୍କ ନିଶା ଛାଡିଲା । ଧିରେ ଧିରେ ତଳକୁ ଓହ୍ଲାଇ ଆସିଲେ । ପୋଲିସ ଯୁବକଙ୍କୁ କାବୁ କରି ଥାନାକୁ ନେଇଯାଇଛି । 

ସୂଚନା ମୁତାବକ ଭୋପାଳର ଜାହାଙ୍ଗୀରବାଦ ବରଖେଡି ଅଞ୍ଚଳର ଘଟଣା । ସ୍ଥାନୀୟ ଅଞ୍ଚଳର ବିବେକ ନିଶାରେ ଚୁର ହୋଇ ରେଲୱେ ଅଣ୍ଡରବ୍ରିଜ ପାଖ ମୋବାଇଲ ଟାୱାର ଉପରେ ଚଢିଗଲେ । ସ୍ଥାନୀୟ କିଛି ଲୋକ ଯୁବକଙ୍କୁ ତଳକୁ ଓହ୍ଲାଇବାକୁ ପ୍ରୟାସ କରିଥିଲେ । ହେଲେ ନିଶାରେ ଥିବା ଲୋକଙ୍କୁ ବୁଝାଇବ କିଏ ? ଲୋକଙ୍କୁ ଡରାଇବା ପାଇଁ ବିବେକ ଟାୱାରକୁ ଜୋରରେ ହଲାଇବାକୁ ଲାଗିଥିଲେ । ଅଘଟଣ ଆଶଙ୍କାରେ ସ୍ଥାନୀୟ ଲୋକେ ଜାହାଙ୍ଗୀରବାଦ ପୋଲିସକୁ ଖବର ଦେଇଥିଲେ । କ୍ରେନ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ପ୍ରାୟ ୨୦ ମିନିଟର ହାଇଡ୍ରାମା ପରେ ତଳକୁ ଆସିଥିଲେ ବିବେକ । ପୋଲିସ ତାଙ୍କୁ କାବୁ କରି  ଥାନାକୁ ନେଇଥିବା ଜଣାପଡିଛି । 

  • Madhya pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.