ପ୍ରୟାଗରାଜ: ମହାକୁମ୍ଭରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ। ମହାକୁମ୍ଭରେ ପ୍ରତିଦିନ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସେବା କାର୍ଯ୍ୟ ହାତକୁ ନେଇଛି ରିଲାଏନ୍ସ। ପୁଷ୍ଟିକର ଭୋଜନ, ଆବଶ୍ୟକ ସ୍ୱାସ୍ଥ୍ୟସେବା, ସୁରକ୍ଷିତ ପରିବହନ ଏବଂ ଯୋଗାଯୋଗ ସଂଯୋଗ ପରି ଅନେକ ସେବା ତୀର୍ଥଯାତ୍ରୀଙ୍କୁ ରିଲାଏନ୍ସ ପକ୍ଷରୁ ପ୍ରଦାନ କରାଯାଉଛି। 'ତୀର୍ଥଯାତ୍ରୀ ସେବା' ମାଧ୍ୟମରେ ରିଲାଏନ୍ସ ଯାତ୍ରାକୁ ସୁରକ୍ଷିତ, ଆରାମଦାୟକ ଏବଂ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିବାକୁ ପ୍ରୟାସ କରୁଛି।
ତୀର୍ଥଯାତ୍ରୀଙ୍କୁ ୮ଟି ପ୍ରମୁଖ ଉପାୟରେ ସେବା ଯୋଗାଇ ଦିଆଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ହେଉଛି ଅନ୍ନସେବା, ଯାହା ଅଧୀନରେ ପ୍ରତିଦିନ ହଜାର ହଜାର ତୀର୍ଥଯାତ୍ରୀଙ୍କୁ ମାଗଣା ଭୋଜନ ପରିବେଷଣ କରାଯାଉଛି। ରିଲାଏନ୍ସ ସ୍ବେଚ୍ଛାସେବୀମାନେ ବିଭିନ୍ନ ଆଖଡାଗୁଡିକରେ ମାଗଣା ଭୋଜନ ଏବଂ ଜଳ ପରିବେଷଣ କରୁଛନ୍ତି। ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ସ୍ୱାସ୍ଥ୍ୟସେବାରେ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ, ଓପିଡି ଏବଂ ଦନ୍ତଚିକିତ୍ସା ସେବା ଭଳି ସୁବିଧା ଦିନ ରାତି ଦିନ ରାତି ୨୪ ଘଣ୍ଟା ଉପଲବ୍ଧ କରାଯାଇଛି। ମହିଳାମାନଙ୍କୁ ମାଗଣା ସାନିଟାରୀ ନାପକିନ୍ ବଣ୍ଟନ କରାଯାଉଛି। ଏହା ବ୍ୟତୀତ ଯାତ୍ରାକୁ ସହଜ, ସୁଗମ ଏବଂ ନିରାପଦ କରିବା ପାଇଁ ଆହୁରି ଅନେକ ଉଦ୍ୟମ ମଧ୍ୟ କରାଯାଉଛି।
ଅଧିକରୁ ଅଧିକ ତୀର୍ଥଯାତ୍ରୀଙ୍କ ନିକଟରେ ପହଞ୍ଚିବା ପାଇଁ ରିଲାଏନ୍ସ ଶାରଦା ପୀଠ ମଠ ଟ୍ରଷ୍ଟ ଦ୍ୱାରକା, ଶ୍ରୀ ଶଙ୍କରାଚାର୍ଯ୍ୟ ଉତ୍ସବ ସେବାଳୟ ଫାଉଣ୍ଡେସନ, ନିରଞ୍ଜନୀ ଆଖଡ଼ା, ପ୍ରଭୁ ପ୍ରେମୀ ସଂଙ୍ଘ ଚାରିଟେବୁଲ ଟ୍ରଷ୍ଟ ଏବଂ ପରମାର୍ଥ ନିକେତନ ଆଶ୍ରମ ସମେତ ପ୍ରସିଦ୍ଧ ଆଧ୍ୟାତ୍ମିକ ସଂଗଠନଗୁଡିକ ସହିତ ମିଳିତ ଭାବରେ ସେବା କାର୍ଯ୍ୟ ଜାରି ରଖିଛି।