ସୋର ୧୯।୦୨ : ଘର ଭିତରକୁ ପଶିଗଲା ବରଯାତ୍ରୀ ଗାଡ଼ି । ଯେଉଁଥିରେ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଔପଦା ରାସ୍ତା ପାଣିଶିଆଳି ନିକଟରେ ଘଟିଛି ଏହି ଦୁର୍ଘଟଣା ।
ଖବର ଅନୁଯାୟୀ, ନୀଳଗିରି କାଠପାଳ ଅଞ୍ଚଳରୁ ଶ୍ରୀ ଗଣେଷ ନାମକ ବସ୍ରେ ୫୦ରୁ ଅଧିକ ବରଯାତ୍ରୀ ନେଇ ଗଣ୍ଡିବେଡ଼ ଔପଦା ରାସ୍ତା ଜହ୍ନିଆପଦାକୁ ଯାଉଥିଲା । ବସ୍ଟି ଭାରସାମ୍ୟ ହରାଇ ପାଣିଶିଆଳି ରାସ୍ତାକଡ଼ରେ ଥିବା ମଙ୍ଗଳ ଦାସଙ୍କ ଘର ବାରଣ୍ଡାରେ ଥିବା ଆଜବେଷ୍ଟସକୁ ଧକ୍କା ଦେଇଥିଲା । ତେବେ ଗାଡି ଧକ୍କା ଲାଗି ପ୍ରଚଣ୍ଡ ଶବ୍ଧ ହୋଇଥିଲା । ଯାହାଫଳରେ ଅଞ୍ଚଳବାସୀ ଭୟଭୀତ ହୋଇ ଘରୁ ବାହାରକୁ ଆସିଯାଇଥିଲେ। ଦୁର୍ଘଟଣାରେ ୫ ଜଣ ବରଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାସ୍ଥଳରେ ଡ୍ରାଇଭର ଫେରାର ମାରିଥିବା ବେଳେ ଖଇରା ପୋଲିସ ଛାନ୍ଭିନ୍ ଜାରି ରଖିଛି ।