ଜଳେଶ୍ବର ୮।୧୧: ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବସ୍-କାର୍ ମୁହାଁମୁହିଁ ଧକ୍କା । ବାଇକ୍ ଆରୋହୀ ଗୁରୁତର । ବାଲେଶ୍ୱର ଜିଲ୍ଲା ୬୦ ନଂ ଜାତୀୟ ରାଜପଥ ଅମର୍ଦାରେ ଘଟିଛି ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, ଅପରାହ୍ନ ୪ଟା ସମୟରେ ବାଲେଶ୍ୱର ଜିଲ୍ଲା ୬୦ ନଂ ଜାତୀୟ ରାଜପଥ ଅମର୍ଦା ଠାରେ ଏକ ବାଇକ୍ ଏବଂ ଏକ କାର୍ ଜଳେଶ୍ଵର ଆଡ଼କୁ ଯାଉଥିଲା । ରଙ୍ଗ ରୋଡରେ ଏକ ବାଇକ୍ ଦ୍ରୁତ ଗତିରେ ଆସୁଥିଲା, ଏହାସହିତ ଜଳେଶ୍ଵରରୁ ବାରିପଦା ଯାଉଥିବା ଯାତ୍ରୀବାହୀ ବସ୍ "ରିୟା" ମଧ୍ୟ ରଙ୍ଗରୋଡ୍ରେ ଆସିଯିବା ଯୋଗୁଁ କାର୍ ଆଗରେ ଯାଉଥିବା ବାଇକ୍ ଆରୋହୀ ଇତଃସ୍ତତ ହୋଇ ରାସ୍ତା କଡରେ ଥିବା ଡାଇଭର୍ସନ ଆଡ଼କୁ ମାଡ଼ି ଯାଇଥିଲେ । ହେଲେ ଆଗରେ ବସ୍ ଥିବା କାରଣରୁ ଯାଇପାରି ନଥିଲେ । ଫଳରେ ବାଇକ୍ ଆରୋହୀ ଉଭୟ କାର୍ ଓ ବସ୍ ମଝିରେ ରହି ଯାଇଥିଲେ । ଘଟଣାସ୍ଥଳରେ ବାଇକ୍ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ତାଙ୍କର ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଅମର୍ଦା ଫାଣ୍ଡି ଅଧିକାରୀ, ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ବାଇକକ୍ ଆରୋହୀଙ୍କୁ ବସ୍ତା ମେଡିକାଲ ପଠାଇଥିବା ବେଳେ ତିନୋଟି ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ । ତେବେ ଅମର୍ଦା ରୋଡ଼ ଠାରେ ବାଏପାସ୍ ରାସ୍ତା ଥିଲେ ମଧ୍ୟ ବସ୍ ଗୁଡିକ ଓଭରଲୋଡ୍ ନେଇ ରଙ୍ଗରୋଡ୍ରେ ଆସିବା ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ମାନେ କହୁଛନ୍ତି ।
You Can Read:
ଗଞ୍ଜାମ ଓ ଗଜପତିରେ ବାଘକୁ ନେଇ ଭୟ : ଜଙ୍ଗଲରେ ପାଦ ଚିହ୍ନଟ ଠାବ କରିଛି ବନ ବିଭାଗ, କିନ୍ତୁ ଏ ପର୍ଯ୍ୟନ୍ତ ମିଳିନି ବାଘ