କଟକ 08/11:ଭଗବାନଙ୍କୁ କିଏ ବା ଦେଖିଛି। ସମସ୍ତେ ସେହି ଭକ୍ତି ଓ ବିଶ୍ୱାସରେ ହିଁ ଭଗବାନଙ୍କୁ ମାନନ୍ତି। ବେଳେ ବେଳେ ଏମିତି ଅନେକ ଅଲୌକିକ ଓ ଅଶ୍ଚର୍ଯ୍ୟଜନକ ଘଟଣା ଘଟେ, ଯାହା ଭଗବାନଙ୍କ ସତ୍ତାକୁ ଅନୁଭବ କରାଇଥାଏ। ସେମିତି ଏକ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ନିକଟସ୍ଥ ବାହାରପଡା ଅଷ୍ଟପ୍ରହରୀ ପିଣ୍ଡିରେ ।
ଶୁକ୍ରବାର ଏକ ବିରଳ ପ୍ରଜାପତି ଅଷ୍ଟପ୍ରହରୀ ପିଣ୍ଡିରେ ଦେଖିବାକୁ ମିଳିଛି । ଯାହା ଦେହରେ ମହାପ୍ରଭୁ ଜଗନ୍ନାଥ ମୁହଁକୃତି ପ୍ରତିଛବି ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେଉଛି। ଏହି ବିରଳ ପ୍ରଜାପତିକୁ ଦେଖିବାକୁ ଲୋକଙ୍କର ବେଶ୍ ଗହଳି ଲାଗିଥିଲା।
ପ୍ରଜାପତି ଦେହରେ ମହାପ୍ରଭୁ ଜଗନ୍ନାଥଙ୍କ ମୁହଁ ପ୍ରତିକୃତି ହୋଇଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଜାପତିକୁ ଦେଖିବାକୁ ଭିଡ ଜମାଇବା ସହ ପୂଜାର୍ଚ୍ଚନା ଧୂପଦୀପ ବନ୍ଦାପନା କରିଥିଲେ। ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଜାପତିଟି ମା’ ଶାରଳାଙ୍କ ପୀଠରେ ରହିଥିବା ଦେଖିବାକୁ ମିଳିଥିଲା।