ଫଟୋ ଉଠାଇବା ହେଲା କାଳ, ନଦୀରେ ଭାସି ଛାତ୍ରଙ୍କ ମୃତ୍ୟୁ

Published By : Prameya-News7 Bureau | November 08, 2024 IST

କରଞ୍ଜିଆ ୮।୧୧: ଫଟୋ ଉଠାଇବା ହେଲା କାଳ । ଫଟୋ ଉଠାଉ ଥିବା ବେଳେ ନଦୀରେ ଭାସିଗଲେ ଛାତ୍ର । ବୈତରଣୀ ନଦୀର ସୁନାଖମଣକୁ ବୁଲିବା ପାଇଁ ଯାଇ ଛାତ୍ର ଜଣକ ପାଣିରେ ବୁଡି ଯାଇଥିଲେ । ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୁନାଖମଣ ନିକଟରେ କରଞ୍ଜିଆର ଏକ ସ୍କୁଲର କିଛି ଛାତ୍ର ବୁଲିବା ପାଇଁ ଯାଇଥିଲେ । ଭରା ନଦୀରେ ଫଟୋ ଉଠାଉଥିବା ବେଳେ ପାଣିରେ ଭାସି ଯାଇଥିଲେ । ଖବର ପାଇ ଠାକୁରମୁଣ୍ଡା ଦମକଳବାହିନୀ ଯୁବକଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରି ଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଛାତ୍ର ଜଣଙ୍କ ହେଲେ କରଞ୍ଜିଆ ଥାନା ଅଞ୍ଚଳର ରବି ଯାଦବଙ୍କ ପୁଅ ମନୋଜ ଯାଦବ ବୋଲି ଜଣାପଡ଼ିଛି ।

You Can Read:

ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବସ୍-କାର୍ ମୁହାଁମୁହିଁ, ଜଣେ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.