ଗଞ୍ଜାମ ଓ ଗଜପତିରେ ବାଘକୁ ନେଇ ଭୟ : ଜଙ୍ଗଲରେ ପାଦ ଚିହ୍ନଟ ଠାବ କରିଛି ବନ ବିଭାଗ, କିନ୍ତୁ ଏ ପର୍ଯ୍ୟନ୍ତ ମିଳିନି ବାଘ

Published By : Prameya-News7 Bureau | November 08, 2024 IST

ବ୍ରହ୍ମପୁର ୮।୧୧: ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବାଘକୁ ନେଇ ଭୟର ବାତାବରଣ । ଗତ ୩ ତାରିଖରେ ବାଘ ଭଳି ଦେଖା ଯାଉଥିବା ଏକ ବିରାଟକାୟ ପଶୁ ଗୋଳନ୍ଥରା ନିକଟ ଜାତୀୟ ରାଜପଥ ଅତିକ୍ରମ କରୁଥିବା ଭିଜୁଆଲ ଭାଇରାଲ ହୋଇଛି । ଯାହାକୁ ନେଇ ସବୁଠି ଆତଙ୍କ ସୃଷ୍ଟି ହୋଇଛି । ଗତ କିଛି ଦିନ ହେଲା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବାଘ ବୁଲୁଥିବା ଅନୁମାନ କରିଛି ବନ ବିଭାଗ । ଏବେ ଚିକିଟି, ଦିଗପହଣ୍ଡି ବନାଞ୍ଚଳରେ ବାଘର ଗିତିବିଧି ନେଇ ବନ ବିଭାଗ ସତର୍କତା ଅବଲମ୍ବନ କରି ସଚେତନ କରୁଛି । 

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ନିକଟ ଜାତୀୟ ରାଜପଥ ପାର ହେବା ଭିଜୁଆଲ ଭାଇରାଲ ହେବା ପରେ ଏବେ ଛେଳି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏକାସାଙ୍ଗେ ୪ଟି ଛେଳିକୁ କ୍ଷତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଛି । ଚିକିଟି ବ୍ଲକ୍ ଗୋବିନ୍ଦପୁର ପନାଡ଼ ଗାଁରେ ୪ଟି ଛେଳି ଶିକାର କରିଛି । ଗୋଟିଏ ଛେଳିକୁ ସମ୍ପୂର୍ଣ୍ଣ ଖାଇଛି । ଅନ୍ୟ ୩ଟି ଛେଳିକୁ ମାରି କିଛି ମାଂସ ଖାଇ ଛାଡ଼ି ଦେଇଛି । ମୃତ ଛେଳି ଗୁଡ଼ିକୁ ଗ୍ରାମବାସୀ ଗାଁକୁ ଆଣିଥିଲେ । ହେଲେ ଛେଳିକୁ ମାରିଛି କିଏ ? ବାଘ ନା ଆଉ କିଏ ? ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି । ସନ୍ଧ୍ୟା ହେଲେ ତାଟି କବାଟ ପଡୁଛି । ଗୁହାଳରେ ଗାଈ ଗୋରୁ ଛେଳି ବାନ୍ଧି ରଖିଛନ୍ତି । ଭୟରେ ବାହାରକୁ ଛାଡୁନାହାନ୍ତି ।

ବ୍ରହ୍ମପୁର ବନାଞ୍ଚଳ ସାନଖେମୁଣ୍ଡି  ନରସିଂହଗଡ ଗାଁ ନିକଟ ଜଙ୍ଗଲ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନାଞ୍ଚଳ ଭୀଷ୍ମଗିରି କୃଷ୍ଣପୁର ନିକଟ ଜଙ୍ଗଲ,  ଗଞ୍ଜାମ-ଗଜପତି ଜିଲ୍ଲା  ସୀମାନ୍ତ ଘୋଡ଼ାହାଡ଼ ଡ୍ୟାମ ପଦ୍ମପୁର ନିକଟ ଜଙ୍ଗଲ, ପନ୍ନଡ଼ ନିକଟ ଜଙ୍ଗଲରେ ବାଘ ପାଦ ଚିହ୍ନଟ କରିଛି ବନ ବିଭାଗ । ହେଲେ ଏ ପର୍ଯ୍ୟନ୍ତ ବାଘକୁ ଠାବ କରି ପାରୁନାହିଁ । ମହାରାଷ୍ଟ୍ର ଅଞ୍ଚଳରୁ ଆସିଥିବା ବାଘ ଘୁରି ବୁଲୁଥିବା ବ୍ରହ୍ମପୁର ଡିଏଫଓ କହିଛନ୍ତି । ତେବେ ବାଘକୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗା ଯାଇଥିବା ଡିଏଫଓ କହିଛନ୍ତି । ଏଥିରେ ଅଞ୍ଚଳବାସୀ ଭୟଭୀତ ନହେବାକୁ ବିଭାଗୀୟ ଅଧିକାରୀ ଅଧିକାରୀ ନିବେଦନ କରିଛନ୍ତି । ବାଘକୁ ଠାବ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଗାଁ ଗାଁରେ ମାଇକ ଯୋଗେ ପ୍ରଚାର କରି ଲୋକଙ୍କୁ ସଚେତନ କରି ଭୟଭୀତ ନହେବାକୁ ବନ ବିଭାଗ ପରାମର୍ଶ ଦେଇଛି । ଭାଇରାଲ୍ ଭିଜୁଆଲକୁ ଫେକ୍ ବୋଲି ଡ଼ିଏଫଓ ଏବଂ ଏସପି ଟ୍ବିଟ୍ ଜରିଆରେ ଉଲ୍ଲେଖ କରିଛନ୍ତି ।

You Can Read:

୫୫ ହସ୍ତଶିଳ୍ପକୁ ମିଳିଲା ବିଭାଗୀୟ ଅନୁମୋଦନ, ପୂର୍ବରୁ ସାମିଲ ଥିଲା ୫୧ହସ୍ତଶିଳ୍ପ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.