ବଲାଙ୍ଗୀରରେ ବ୍ୟବସାୟୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା, ଭୁବନେଶ୍ବରରୁ ଅଭିଯୁକ୍ତ କାବୁ

Published By : Prameya-News7 Bureau | April 21, 2025 IST

ବଲାଙ୍ଗୀର: ବଲାଙ୍ଗୀର ବିଷ୍ଣୁମୁଣ୍ଡାରେ ବ୍ୟବସାୟୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣାରେ ପୋଲିସକୁ ସଫଳତା। ହତ୍ୟା ଘଟଣାର ତଦନ୍ତ କ୍ରମେ ପ୍ରାୟ ୯ ଦିନ ପରେ ଫେରାର ଅଭିଯୁକ୍ତ ବିଜୁ ସେଠକୁ ଗିରଫ କରିଛି ବଲାଙ୍ଗୀର ଟାଉନ ଥାନା ପୋଲିସ। ସୋମବାର ବିଜୁକୁ ଭୁବନେଶ୍ବରରୁ ଗିରଫ ପରେ ପୋଲିସ ବଲାଙ୍ଗୀର ନେଇଛି । ଜମିବାଡ଼ି କାରବାର ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ମନୋଜକୁ ହାଣି ନିର୍ମମ ଭାବେ ହତ୍ୟା କରି ଫେରାର୍ ମାରିଥିଲା ଅଭିଯୁକ୍ତ।

ସୂଚନାଥାଉକି, ଗତ ସୋମବାର ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ବିଷ୍ଣୁମୁଣ୍ଡା ଗାଁର ମନୋଜ ନାଏକଙ୍କୁ ତାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ। ମନୋଜ ତାଙ୍କ ଘର ନିକଟ ଦୋକାନ ପାଖରେ ବସିଥିବା ବେଳେ ପଛରୁ ଟାଙ୍ଗିଆରେ ହାଣିଥିଲା ବିଜୁ। 

ଏନେଇ ପରିବାର ଲୋକେ ପୂର୍ବଶତ୍ରୁତା ସହ ନିଶାଖୋର ବ୍ୟକ୍ତି ଏଭଳି କରିଥିବା ଅଭିଯୋଗ କରିଥିଲେ। ଆଉ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ବଲାଙ୍ଗୀର ପୌର ପରିଷଦ ଅଧ୍ୟକ୍ଷା ମଧ୍ୟ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଅଞ୍ଚଳରେ ଅପରାଧ ବଢ଼ୁଥିବାରୁ ପୋଲିସକୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.