ନୂଆଦିଲ୍ଲୀ: ଏଲନ ମସ୍କଙ୍କ କାର୍ କମ୍ପାନୀ ଟେସ୍ଲାକୁ ସାରା ବିଶ୍ୱରେ କଡ଼ା ଟକ୍କର ଦେଉଛି ଚୀନର ଇଲେକ୍ଟ୍ରିକ୍ କାର୍ ନିର୍ମାତା କମ୍ପାନୀ ବିୱାଇଡି। ୨୦୨୪ରେ କମ୍ପାନୀ ଟେସ୍ଲାକୁ ପଛରେ ପକାଇ ଅଧିକ ରେଭିନ୍ୟୁ କମାଇଛି। କମ୍ପାନୀର ସୂଚନା ଅନୁସାରେ ବିୱାଡି ୨୦୨୪ରେ ସାରା ବିଶ୍ୱରେ ୧୦୭.୨ ବିଲିଅନ ରେଭିନ୍ୟୁ କମାଇଛି। ହେଲେ ଟେସ୍ଲା ମାତ୍ର ୯୭.୭ ବିଲିଅନ ରେଭିନ୍ୟୁରେ ସୀମିତ ରହିଛି। ଦୁଇ କମ୍ପାନୀର ନଜର ଏବେ ଭାରତ ଭଳି ବଡ଼ ମାର୍କେଟ୍ରେ ରହିଛି।
ହେଲେ ଲାଗୁଛି ଏଥିରେ ବି ବିୱାଇଡି ଟେସ୍ଲାକୁ ପଛରେ ପକାଇ ଦେବ। ଟେସ୍ଲା ଭାରତରେ କମ୍ପାନୀ ପ୍ରତିଷ୍ଠା କରିବା ପୂର୍ବରୁ ଭାରତୀୟ ମାର୍କେଟ୍କୁ କବ୍ଜା କରି ସାରିଥିବ ବିୱାଇଡି। ଏନେଇ ଚୀନର କମ୍ପାନୀ ଜୋର୍ସୋର୍ରେ ଲାଗିପଡ଼ିଛି। ମିଡିଆ ରିପୋର୍ଟ ଅନୁସାରେ ବିୱାଇଡି ହାଇଦ୍ରାବାଦରେ ପ୍ରଡକ୍ସନ ୟୁନିଟ୍ ସ୍ଥାପନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି।
ପଢନ୍ତୁ- ଚା’ ରପ୍ତାନୀରେ ବିଶ୍ୱରେ ଦ୍ୱିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହେଲା ଭାରତ: ପଛରେ ପଡ଼ିଲା ଶ୍ରୀଲଙ୍କା
ଯଦି ଏପରି ହେଲା ଦେଶର ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନାରେ ଚୀନ ଇ-କାର କମ୍ପାନୀ ବିୱାଇଡି ପ୍ଲାଣ୍ଟ ସ୍ଥାପନ କରିବ। ପ୍ଲାଣ୍ଟ ସ୍ଥାପନ କରିବା ପାଇଁ କମ୍ପାନୀ ରାଜ୍ୟ ସରକାରଙ୍କ ସହିତ ବହୁଦିନ ଧରି ଆଲୋଚନା ଜାରି ରଖିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସପୋର୍ଟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ବିୱାଇଡି ଏଠାରେ ହି ପ୍ଲାଣ୍ଟ ପ୍ରତିଷ୍ଠା କରିବ ବୋଲି ନିଷ୍ପତ୍ତି ନେଇଥିବା ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଛି।
କାରଖାନା ପ୍ରତିଷ୍ଠା ପାଇଁ ତେଲେଙ୍ଗନା ସରକାର ହାଇଦ୍ରାବାଦର ୩ଟି ସ୍ଥାନ ସୁପରାଶି କରିଛନ୍ତି। କମ୍ପାନୀ ବର୍ତ୍ତମାନ ଏହି ସ୍ଥାନଗୁଡ଼ିକର ତଦାରଖ କରୁଛି। ଫାଇନାଲ୍ ହେବା ପରେ, କମ୍ପାନୀ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ କାରଖାନା ପ୍ରତିଷ୍ଟା ପାଇଁ ଚୁକ୍ତି ହେବ। ଯଦି ପ୍ରକଳ୍ପ ଯୋଜନା ଅନୁଯାୟୀ ଆଗକୁ ବଢ଼ିଲା, ତେବେ ତେଲେଙ୍ଗାନା EV କ୍ଷେତ୍ରରେ ସବୁଠାରୁ ବଡ଼ ଘରୋଇ ନିବେଶ ପାଇବ। ଏହା ବାଦ୍ ହାଇଦ୍ରାବାଦ ଚାରିପାଖରେ ଏକ ଅଟୋମୋଟିଭ୍ କ୍ଲଷ୍ଟର ସୃଷ୍ଟି କରି ଇଭି ପ୍ରଡକ୍ଟ ତିଆରି କରୁଥିବା ସହାୟକ ଶିଳ୍ପଗୁଡ଼ିକ ମଧ୍ୟ ଖୋଲି ଉଠିବ ବୋଲି ଆଶା କରାଯାଉଛି।
ବିୱାଇଡି ଗତ କିଛି ବର୍ଷ ହେଲା ଭାରତରେ ନିଜର କାର ବିକ୍ରି କରି ଆସୁଥିବା ବେଳେ ଦେଶରେ କମ୍ପାନୀର ଏପର୍ଯ୍ୟନ୍ତ ଗୋଟିଏ ବି ପ୍ରଡକ୍ସନ ୟୁନିଟ ନାହିଁ। ବିୱାଇଡି ଚୀନରୁ କାର୍ ଆମଦାନୀ କରି ଭାରତରେ ବିକ୍ରି କରୁଛି। ଏଥିପାଇଁ କଡ଼ା ଟ୍ୟାକ୍ସର ଶିକାର ବି ଲାଗୁଛି। ଫଳରେ ଖର୍ଚ୍ଚ ଅଧିକ ହେଉଛି ଓ କମ୍ପାନୀ ଭାରତରେ ଭଲଭାବରେ ନିଜର ପ୍ରଭାବ ବିସ୍ତାର କରିପାରୁ ନାହିଁ। ଏଥିପାଇଁ ଭାରତ ଭଳି ଏକ ବଜାରରେ ପ୍ଲାଣ୍ଟ ସ୍ଥାପନ ପାଇଁ ବିୱାଇଜି ଗତ ୨ ବର୍ଷ ହେଲା ଉଧ୍ୟମ କରୁଛି। ହେଲେ ଚୀନ ନିବେଶ ପାଇଁ ଭାରତରେ କଡ଼ା ନିୟମ ଥିବାରୁ ଏଥିରେ ବାଧା ସୃଷ୍ଟି ହେଉଛି।
ପଢନ୍ତୁ- ହୁରୁନ ବିଶ୍ୱ ଧନୀ ତାଲିକା ଜାରି: ଭାରତରେ ଅମ୍ବାନୀ, ବିଶ୍ୱରେ ମସ୍କ ନମ୍ବର-୧, ଶୀର୍ଷ ୧୦ରେ ରୋଶନୀ ନାଦର
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ, ଭାରତ ସରକାର BYDର ନିବେଶ ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ କରିଥିଲେ। ସେତେବେଳେ କମ୍ପାନୀ ଏହାର ହାଇଦ୍ରାବାଦସ୍ଥିତ ପାର୍ଟନର କମ୍ପାନୀ ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟକ୍ଚର ଲିମିଟେଡ୍ (MEIL) ସହ ମିଶି ଏକ EV ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବା ପାଇଁ ୧ ବିଲିୟନ ଡଲାରର ନିବେଶ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ପରେ ଚୀନ ନିବେଶ ପ୍ରତି ଭାରତ ସରକାର କୋହଳ ମନୋଭାବ ପୋଷଣ କରିଥିଲେ। ଏହାପରେ ବିୱାଇଡି ପୁଣିଥରେ ଭାରତରେ ନିବେଶ ପାଇଁ ଉଦ୍ୟମ ଆରମ୍ଭ କରିଛି।
ଭାରତରେ ଇଭି ଆସେମ୍ବଲ ସହିତ ବିୱାଇଢି ଭାରତରେ ଏକ ୨୦-ଗିଗାୱାଟ୍ ବ୍ୟାଟେରୀ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଯୋଜନା କରୁଛି। ବ୍ୟାଟେରୀ ସୁବିଧା ହେଲେ କମ୍ପାନୀ ଆଗାମୀ ୫-୭ ବର୍ଷ ମଧ୍ୟରେ, ଭାରତରେ ବାର୍ଷିକ ୬ ଲକ୍ଷ ଇଭି ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏତେ ସଂଖ୍ୟକ ଉତ୍ପାଦନ ପାଇଁ ବିୱାଇଡିକୁ ଭାରତରେ ନିଶ୍ଚୟ ବଡ଼ ନିବେଶ କରିବ।
ସେପଟେ ଟେସ୍ଲା ମଧ୍ୟ ଭାରରେ ଏଣ୍ଟ୍ରି କରିବା ନେଇ ଚେଷ୍ଟା କରୁଛି। ତେବେ କମ୍ପାନୀ କାର ଉତ୍ପାଦନ ପାଇଁ ସୁରତରେ ଜାଗା ଖୋଜୁଥିବା କୁହାଯାଉଛି। ହେଲେ ଏନେଇ କମ୍ପାନୀ ପକ୍ଷରୁ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ତେବେ ଟେସ୍ଲା ମୁମ୍ବାଇରେ ଶୋ ରୁମ୍ ଖୋଲି କାର୍ ବିକ୍ରି କରିବା ଆରମ୍ଭ କରିଦେଇଛି। ଏଥିପାଇଁ କମ୍ପାନୀ ଭାରତରେ ନିଯୁକ୍ତି ବି ଦେଇଛି। ସେପଟେ ଟେସ୍ଲାର ବିକ୍ରି କମୁଛି। ଚୀନ୍ ଏବଂ ୟୁରୋପରେ କମ୍ପାନୀର କାର ବିକ୍ରି ହ୍ରାସ ପାଉଥିବା ବେଳେ ବିୱାଇଡିର ବିକ୍ରି ବଢୁଛି।