ଆଇପିଏଲର ସହ-ପାଓ୍ବାର୍ଡ ପ୍ରଯୋଜକ ହେଲା କାମ୍ପା

Published By : Prameya-News7 Bureau | February 18, 2025 IST

ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଆରସିପିଏଲ) ର ବ୍ରାଣ୍ଡ୍‌ କାମ୍ପା, ଜିଓଷ୍ଟାର ସହ ପାର୍ଟନରସିପ୍ କରିଛି। ଏହାଦ୍ବାରା କାମ୍ପା ଆଇପିଏଲ୍ ୨୦୨୫ରେ ଉଭୟ ଟିଭି ଏବଂ ଡିଜିଟାଲ୍ ପ୍ଲାଟଫର୍ମ ପାଇଁ କାମ୍ପା 'ସହ-ପାୱାର୍ଡ଼ ପ୍ରଯୋଜକ' (କୋ-ପାୱାର୍ଡ଼ ସ୍ପନସର) ହେବ।

ସୂଚନାଯୋଗ୍ୟ ଯେ, ଦେଶର ସର୍ବାଧିକ ଦେଖାଯାଇଥିବା କ୍ରୀଡ଼ା ଇଭେଣ୍ଟ ଆଇପିଏଲ୍ ଜିଓଷ୍ଟାରରେ ଟେଲିକାଷ୍ଟ ହେବ। ସହଭାଗୀତାରେ ଷ୍ଟାର ସ୍ପୋର୍ଟସ ନେଟୱାର୍କର ଆଞ୍ଚଳିକ ଭାଷା ପ୍ରସାରଣଗୁଡ଼କୁ ମଧ୍ୟ ଯୋଡାଯାଇଛି। ଏହା କାମ୍ପା ବ୍ରାଣ୍ଡର ପ୍ରସାର ବୃଦ୍ଧି କରିବାର ଏକ ଗ୍ୟାରେଣ୍ଟି ବୋଲି ପ୍ରମାଣିତ ହେବ।

ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟସ ଲିମିଟେଡର ସିଓଓ କେତନ ମୋଦୀ କହିଛନ୍ତି, "ଆଇପିଏଲ ପାଇଁ ଜିଓଷ୍ଟାର ସହ ଆମର ସହଭାଗିତା କ୍ରିକେଟ୍ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଟିଭି ଏବଂ ଡିଜିଟାଲ ମାଧ୍ୟମରେ ସହ ପ୍ରାଯୋଜକ (କୋ-ପାୱାର୍ଡ଼ ସ୍ପନସର) ସ୍ଥାନ ହାସଲ କରି ଆମେ ଭାରତର ସବୁଠୁ ବଡ ପ୍ଲାଟଫର୍ମରେ ଆମର ଉପସ୍ଥିତି ବାଢାଉଛୁ। ଏହି ସହଭାଗିତା ସହ କାମ୍ପାର ପ୍ରସାର ବଢିବା ସହିତ ଲକ୍ଷ ଲକ୍ଷ କ୍ରିକେଟ ପ୍ରେମୀଙ୍କ ସହିତ ସିଧା ଯୋଡ଼ିହେବାର ଏକ ଅବସର ମିଳିବ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.