ଛତ୍ରପୁର ୨୧।୫: ଇଭିଏମ ମେସିନରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି । ଗଞ୍ଜାମ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ସରିଛି । ଛତ୍ରପୁର, ବ୍ରହ୍ମପୁର ଓ ଭଞ୍ଜନଗରରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷାରେ ମେସିନ ଗୁଡିକ ରଖାଯାଇଛି । ୨୪ ଘଣ୍ଟିଆ ସୁରକ୍ଷା କର୍ମୀଙ୍କ ସହ ସିସିଟିଭି ନଜରରେ ରହିଛି ଷ୍ଟ୍ରଙ୍ଗରୁମ ।
ସୋମବାର ଶେଷ ହୋଇଥିବା ନିର୍ବାଚନ ପରେ ଇଭିଏମ ଗୁଡିକ ଷ୍ଟ୍ରଙ୍ଗରୁମ ରଖାଯିବା ସହ ଉକ୍ତ କୋଠରୀ ଗୁଡିକ ସିଲ୍ କରାଯାଉଛି । ଉକ୍ତ କୋଠରୀ ଗୁଡିକୁ ସୁରକ୍ଷା କର୍ମୀ ଜଗି ରହିଛନ୍ତି । ବ୍ରହ୍ମପୁରରେ ୟୁସିପି ଇଞ୍ଜିନିୟରିଂ ସ୍କୁଲରେ ବ୍ରହ୍ମପୁର, ଗୋପାଳପୁର, ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଭୋଟ୍ ବାକ୍ସ ଗୁଡିକ ରଖାଯାଇଥିବା ବେଳେ ଛତ୍ରପୁର ଅନସ୍ଲୋ ସ୍କୁଲରେ ଛତ୍ରପୁର, ଖଲ୍ଲିକୋଟ, ହିଞ୍ଜିଳି, କବିସୂର୍ଯ୍ୟନଗର ଓ ପୋଲସରା ନିର୍ବାଚନ ମଣ୍ଡଳୀର ଭୋଟ୍ ବାକ୍ସ ରଖାଯାଇଛି । ସେହିପରି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରୁ ଭଞ୍ଜନଗର, ସୋରଡ଼ା ଓ ଆସିକା ନିର୍ବାଚନ ମଣ୍ଡଳୀ ଭୋଟ୍ ବାକ୍ସ ରଖାଯାଇଛି । ଜୁନ୍ ୪ ରେ ଗଣତି ହେବ ।
You Can Read :