ମଣିପୁରରେ ହିଂସା ସୃଷ୍ଟି କରୁଥିବା ଅଭିଯୋଗରେ ଏଡିଟର ଗିଲ୍ଡ ଅଫ୍ ଇଣ୍ଡିଆ ବିରୁଦ୍ଧରେ ମାମଲା ରୁଜୁ

Published By : Prameya-News7 Bureau | September 04, 2023 IST

ନୂଆଦିଲ୍ଲୀ: ମଣିପୁର ହିଂସା ପାଇଁ ଗଣମାଧ୍ୟମ ସମ୍ପାଦକଙ୍କ ପାଇଁ ଥିବା ସଂସ୍ଥା ଏଡିଟର ଗିଲ୍ଡ ଅଫ୍ ଇଣ୍ଡିଆକୁ ଦାୟୀ କଲେ ମଣିପୁର ମୁଖ୍ୟମନ୍ତ୍ରୀ। ଏଥିପାଇଁ ଏଡିଟର ଗିଲ୍ଡ ଅଫ୍ ଇଣ୍ଡିଆର ଅଧ୍ୟକ୍ଷାଙ୍କ ସମେତ ୩ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ମଣିପୁର ସରକାର। ରାଜ୍ୟରେ ଏମାନେ ହିଂସା ସୃଷ୍ଟି କରୁଛନ୍ତି ବୋଲି ମଣିପୁର ସରକାର ଅଭିଯୋଗ କରିଛନ୍ତି।  

ମଣିପୁରି ହିଂସାକୁ ନେଇ ନିକଟରେ ଏଡିଟର ଗିଲ୍ଡ ଅଫ୍ ଇଣ୍ଡିଆ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲା। ରାଜ୍ୟରେ ହେଉଥିବା ଜାତିଗତ ହିଂସା ସମ୍ପର୍କରେ ଗଣମାଧ୍ୟମଗୁଡ଼ିକର ରିପୋର୍ଟ ଏକପାଖିଆ। ରାଜ୍ୟ ସରକାର ଦଳୀୟ ସ୍ୱାର୍ଥରେ କାମ କରୁଛି ବୋଲି ସଂସ୍ଥା ଅଭିଯୋଗ କରିଥିଲା।

ପରିଣାମ ସ୍ୱରୂପ ଏଡିଟର ଗିଲ୍ଡ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷା ସୀମା ମୁସ୍ତାଫାଙ୍କ ସମେତ ୩ ସଦସ୍ୟ ସୀମା ଗୁହା, ଭାରତ ଭୂଷଣ ଏବଂ ସଞ୍ଜୟ କପୁରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଉପରୋକ୍ତ ୩ ସଦସ୍ୟ ଗତ ମାସରେ ମଣିପୁର ଗସ୍ତ କରିଥିଲେ। ଏବଂ ଗଣମାଧ୍ୟମଗୁଡ଼ିକରେ ପ୍ରକାଶ ପାଉଥିବା ଖବର ବିଶ୍ଳେଷଣ କରି ଏଭଳି ରିପୋର୍ଟ ଦେଇଥିଲେ।

ଏନେଇ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ କହିଛନ୍ତି ଯେ ଏଡିଡର ଗିଲ୍ଡ ଅଫ୍ ଇଣ୍ଡିଆର ସଦସ୍ୟମାନେ ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ବର୍ଗ ନୁହେଁ, ବରଂ ସବୁ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ କଥା ହେବାର ଥିଲା। ତାହା ନ କରି ଏମାନେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଏଭଳି ରିପୋର୍ଟ କରି ରାଜ୍ୟରେ ହିଂସାକୁ ଆହୁରି ପ୍ରୋତ୍ସାହନ ଦେଉଛନ୍ତି ବୋଲି ମଣିପୁର ମୁଖ୍ୟମନ୍ତ୍ରୀ କହିବାକୁ ଚାହିଁଛନ୍ତି।

ପଢ଼ନ୍ତୁ-ପ୍ରଥମେ ସତ୍ୟପାଠ ଦିଅନ୍ତୁ ଯେ ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ, NC ନେତା ଆକବର ଲୋନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.