ବାର୍ଡ ଫ୍ଲୁର କାରଣ କୁକୁଡ଼ା ନହୋଇ ଅନ୍ୟ କୌଣସି ଉତ୍ସ ବୋଲି ଆଶଙ୍କା କରୁଛି କେନ୍ଦ୍ରୀୟ ଟିମ୍

Published By : Prameya-News7 Bureau | September 05, 2024 IST

ଭୁବନେଶ୍ବର ୫।୯: ବ୍ୟାପୁଥିବା ବାର୍ଡ ଫ୍ଲୁର କାରଣ କୁକୁଡ଼ା ନ ହୋଇ ଅନ୍ୟ କୌଣସି ଉତ୍ସ ହୋଇପାରେ ବୋଲି ଆଶଙ୍କା କରୁଛି କେନ୍ଦ୍ରୀୟ ଟିମ୍ । ଏ ନେଇ ଜନସ୍ବା ଜଙ୍ଗଲୀ ପଶୁପକ୍ଷୀ କିମ୍ବା ପରିବ୍ରାଜକ ପକ୍ଷୀ ଏହାର କାରଣ ହୋଇଥାଇପାରନ୍ତି ବୋଲି ସନ୍ଦେହ ହେଉଛି । ଦୁଇ ଦିନିଆ ଗସ୍ତରେ କେନ୍ଦ୍ରୀୟ ଟିମ୍ ସଂକ୍ରମିତ ଅଞ୍ଚଳ ବୁଲି ସମୀକ୍ଷା କରିଥିଲେ । ଏହାପରେ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହାପରେ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ, ଭେଟେନାରୀ, ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଓ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହ ବୈଠକ ବସିଥିଲା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ କୌଣସି ବ୍ୟକ୍ତି ଏହାଦ୍ବାରା ସଂକ୍ରମିତ ହୋଇନାହାନ୍ତି । ୩ ଜଣଙ୍କୁ ଆଇସୋଲେସନରେ ରଖାଯାଇଥିଲା । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । 

ଏହାସହ ଅଧିକ ଟେଷ୍ଟିଂ ଓ ସାମ୍ପଲ କଲେକ୍ସନ ବଢ଼ାଇବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣରେ ଥିବା କେନ୍ଦ୍ରୀୟ ଟିମ୍ ସୂଚନା ଦେଇଛି । 

You Can Read:

ରାଜ୍ୟରେ ୮୧୮୩ ସରକାରୀ ଗାଡି଼ ୧୫ ବର୍ଷ ପୁରୁଣା, ୩୧୫୯ ଗାଡି ହୋଇଛି ସ୍କ୍ରାପ୍ : ପରିବହନ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.