ଜୁନ୍‌ରେ ଜିଏସ୍‌ଟି ସଂଗ୍ରହରେ ରେକର୍ଡ; ୧.୬୧ ଟ୍ରିଲିୟନ ସେବା ଶୁଳ୍କ ଆଦାୟ

Published By : Prameya-News7 Bureau | July 01, 2023 IST

ନୂଆଦିଲ୍ଲୀ: GST ସ୍ଲାବରେ ପରିବର୍ତ୍ତନ ପରେ ବଢୁଛି ରାଜସ୍ବ ଆଦାୟ । ଜୁନ୍ ମାସରେ ୧.୬୧ଲକ୍ଷ କୋଟି ଟଙ୍କାର ଦ୍ରବ୍ୟ ଏବଂ ସେବା ଶୁଳ୍କ ଆଦାୟ ହୋଇଛି । ଗତ ବର୍ଷ ଜୁନ୍ ମାସ ତୁଳନାରେ ଏହା ଅଧିକ । ଗତ ଜୁନ୍ ମାସ ଅପେକ୍ଷା ୧୨ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି ।

ଚଳିତ ବର୍ଷ ଜୁନ୍ ମାସରେ ସେଣ୍ଟ୍ରାଲ୍ ଜିଏସ୍‌ଟି ୬୭,୨୩୭ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଷ୍ଟେଟ୍ ଜିଏସଟି ୬୮, ୫୬୧ କୋଟି ଟଙ୍କା ସଂଗ୍ରହ ହୋଇଛି । ସେହିପରି ୧୧,୯୦୦ କୋଟି ଟଙ୍କା ଜିଏସଟି ସେସ୍ ମଧ୍ୟ ଆଦାୟ ହୋଇଛି ।

wp:embed {"url":"https://www.prameyanews7.com/indian-banks-now-more-profitable-fm-nirmala-sitharaman/","type":"wp-embed","providerNameSlug":"prameya-news-7"}
https://www.prameyanews7.com/indian-banks-now-more-profitable-fm-nirmala-sitharaman/
/wp:embed

ଘରୋଇ କାରବାର ବୃଦ୍ଧି ଯୋଗୁ ଦେଶରେ ରାଜ୍ୟ ରାଜସ୍ବ ଆଦାୟ ବଢ଼ିଛି । ଏଥିରେ ଆମଦାନୀ ଶୁଳ୍କ ମଧ୍ୟ ରହିଛି । ଗତ ବର୍ଷ ଜୁନ୍ ମାସ ଅପେକ୍ଷା ୧୮ ପ୍ରତିଶତ ଆମଦାନୀ ଶୁଳ୍କ ସଂଗ୍ରହରେ ବୃଦ୍ଧି ପାଇଛି ।

wp:embed {"url":"https://www.prameyanews7.com/reliance-jio-infocomm-is-in-talks-with-a-clutch-of-global-banks/","type":"wp-embed","providerNameSlug":"prameya-news-7"}
https://www.prameyanews7.com/reliance-jio-infocomm-is-in-talks-with-a-clutch-of-global-banks/
/wp:embed

ଦେଶରେ ଜିଏସଟି ଲାଗୁ ହେବା ଠାରୁ ଚତୁର୍ଥ ଥର ପାଇଁ ଦ୍ରବ୍ୟ ଓ ସେବା ଶୁଳ୍କ ଆଦାୟ ୧.୬୦ ଟ୍ରିଲିୟନ୍ ପାର୍ କରିଛି । ଗତ ୩ବର୍ଷର ପ୍ରଥମ ତ୍ରୟମାସିକ ହାରାହାରି ଜିଏସଟି  ସଂଗ୍ରହ ଉପରେ ନଜର ପକାଇଲେ । ଆର୍ଥିକ ବର୍ଷ ୨୦୨୧-୨୨, ଆର୍ଥିକ ବର୍ଷ ୨୦୨୨-୨୩ ଓ ୨୦୨୩-୨୪ରେ ୧.୧୦ ଲକ୍ଷ କୋଟି ଟଙ୍କା, ୧.୫୧ ଲକ୍ଷ କୋଟି, ୧.୬୯ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଥିବା ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.